କରୋନା ପାଇଁ ଆମେରିକା ଦେବ ୧୦୦ ମିଲିୟନ ଡଲାର

0

ଓଡିଶା ଫାଷ୍ଟ( ବ୍ୟୁରୋ):ବିଶ୍ୱରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସ କ୍ରମାଗତ ଭାବେ ଲୋକଙ୍କ ଜୀବନ ନେବାରେ ଲାଗିଛି। ସାରା ବିଶ୍ୱରେ ଏହି କରୋନା ଭାଇରସର ଆତଙ୍କ ଦେଖିବାକୁ ମିଳିଛି। ଚାଇନାରେ ସୃଷ୍ଟି ହୋଇଥିବା ଏହି ଭାଇସର ସେଠାରେ ୭୦୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି।ସ୍ଥିତିକୁ ଦୃଷ୍ଟିରେ ରଖି ଏବେ କରୋନା ସହ ଲଢ଼େଇ କରିବାକୁ ଆମେରିକା ଅଣ୍ଟା ଭିଡ଼ିଛି। ଚାଇନା ଓ ଅନ୍ୟାନ୍ୟ ଦେଶଗୁଡ଼ିକୁ କରୋନା ଭାଇରସ ସହ ଲଢ଼େଇ କରିବାକୁ ଆମେରିକା ସରକାର ୧୦୦ ମିଲିୟନ ଡଲାର ସହାୟତା ଘୋଷଣା କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଆମେରିକା ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ ଏହି ଘୋଷଣା କରିଛନ୍ତି।ସେ କହିଛନ୍ତି, “ଭୟଙ୍କର କରୋନା ଭାଇରସର ମୁକାବିଲା କରିବାକୁ ଆମେରିକା ପ୍ରସ୍ତୁତ ରହିଛି। ଆମେରିକା ସରକାର ଓ ଆମେରିକାରେ ଥିବା ଘରୋଇ କମ୍ପାନୀଗୁଡ଼ିକ ଏଥିପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ୧୦୦ ମିଲିୟର ଡଲାର ସହ ଆମେରିକା ପକ୍ଷରୁ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାରର ମେଡିକାଲ ସହାୟତା ଯୋଗାଇ ଦିଆଯାଇଛି।

ବିଭିନ୍ନ ଦେଶକୁ ମାସ୍କ ଠାରୁ ଆରମ୍ଭ କରି କରୋନା ପାଇଁ ସ୍ୱତନ୍ତ୍ର ପୋଷାକ ଓ ବିଶେଷଜ୍ଞମାନଙ୍କୁ ପଠାଇବାକୁ ଆମେରିକା ପ୍ରସ୍ତୁତ ରହିଛି। ଆମର ଆଶା ସମସ୍ତେ ମିଳିତ ଭାବେ କରୋନା ଭାଇରସର ମୁକାବିଲା କରିବାକୁ ସକ୍ଷମ ହେବା।”

Leave a comment