ନିର୍ମଳା ଖୋଲିଲେ ବଜେଟ ପେଡି, ପଢନ୍ତୁ କେଉଁ କ୍ଷେତ୍ରରେ କେତେ କୋଟି

ଓଡିଶା ଫାଷ୍ଟ( ବ୍ୟୁରୋ): ଆର୍ଥିକ ମନ୍ଥରତା ଏବଂ ଚଳିତ ଆର୍ଥିକ ବର୍ଷରେ 5 ପ୍ରତିଶତ ଅଭିବୃଦ୍ଧି ହାରର ସମ୍ଭାବନା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ସାଧାରଣ ବଜେଟ୍ ଲୋକସଭାରେ ଉପସ୍ଥାପନ କରିଛନ୍ତି ।
6 ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସ୍ମର୍ଟଫୋନ
କେନ୍ଦ୍ର ସରକାର ବଜେଟ୍ରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ମହିଳା ସଶକ୍ତିକରଣ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଥିବା ଘୋଷାଣା କରାଯାଇଛି । ବେଟି ବଚାଓ-ବେଟି ପଢ଼ାଓ ଯୋଜନାକୁ ଅନେକ ସମର୍ଥନ ମିଳିଛି । ଏହି ଯୋଜନା ମାଧ୍ୟମରେ ଶିଶୁ ଅନୁପାତରେ ବଡ଼ ଅନ୍ତର ଦେଖିବାକୁ ମିଳିଛି । 10 କୋଟି ପରିବାରଙ୍କୁ ନ୍ୟୁଟ୍ରିଶନର ସୂଚନା ଦିଆଯିବ । 2020-21 ପୋଷଣ ସହ ଜଡ଼ିତ ଯୋଜନା ପାଇଁ 35,600 ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି 6 ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟଫୋନ ଦିଆଯିବାକୁ ଘୋଷଣା ।
ଟ୍ରାନ୍ସପୋର୍ଟ ପାଇଁ 1.70ଲକ୍ଷ କୋଟି ବ୍ୟୟ ବରାଦ
ଟ୍ରାନ୍ସପୋର୍ଟ ପାଇଁ 1.70 ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି । ଦେଶର ଭିତ୍ତିଭୂମିକୁ ଗୁରୁତ୍ୱ ଦେବା ପାଇଁ ସରକାର ବଡ଼ ନିବେଶ କରିବେ । ଏହା ଫଳରେ ମର୍ଡ଼େନ ରେଳୱେ ଷ୍ଟେସନ, ବିମାନବନ୍ଦର, ବସଷ୍ଟାଣ୍ଡ, ଲୋଜିଷ୍ଟିକ ଷ୍ଟେଟର୍ସ ନିର୍ମାଣ କରାଯିବ । ଭିତ୍ତିଭୂମି ପାଇଁ ଥିବା କମ୍ପାନୀ ଗୁଡ଼ିକୁ ନିଜ ଷ୍ଟାଟଅପରେ ଯୁବକଙ୍କୁ ଜଡ଼ିତ କରିବାକୁ ଅପିଲ କରାଯିବ । ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସ ୱେ, ଚେନ୍ନାଇ-ବାଙ୍ଗାଲୁରୁ ଏକ୍ସପ୍ରେସ ୱେକୁ ଖୁବଶୀଘ୍ର ପୁରା କରାଯିବ । 6000 କିମିର ହାଇୱେ ମ୍ୟାନିଟାଇଜ କରାଯିବ । ଦେଶରେ2024 ସୁଦ୍ଧା 100 ନୂଆ ବିମାନବନ୍ଦର ନିର୍ମାଣ କରାଯିବ । 24000 କିମି ଯାଏଁ ଟ୍ରେନକୁ ଇଲେକ୍ଟ୍ରୋନିକ କରାଯିବ । ତେଜସ ଟ୍ରେନ ସଂଖ୍ୟାକୁ ବଢାଯିବ । ଟ୍ରାନ୍ସପୋର୍ଟ ପାଇଁ 1.70 ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଶିକ୍ଷା କ୍ଷେତ୍ରରେ 99,300 କୋଟି ବ୍ୟୟ ବରାଦ
ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ 99.300 କୋଟି ବ୍ୟୟ ବରାଦ କରାଯାଇଛି। ଅନଲାଇନ୍ ଡିଗ୍ରୀ ସ୍ତରୀୟ ପ୍ରୋଗ୍ରାମ ଚଳାଯିବ। ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ନୂତନ ଶିକ୍ଷାନୀତିର ଘୋଷଣା କରାଯିବ। ଜିଲ୍ଲା ହସ୍ପିଟାଲରେ ଏବେ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ଯୋଜନା କରାଯାଉଛି। ଆଞ୍ଚଳିକ ସଙ୍ଗଠନରେ କାମ କରିବା ପାଇଁ ଯୁବ ଇଞ୍ଜିନିୟରଙ୍କୁ ପ୍ରଶିକ୍ଷଣ ଦିଆଯିବା ପାଇଁ ସୁବିଧା କରାଯିବ। ଉଚ୍ଚଶିକ୍ଷାରେ ଉନ୍ନତି ଆଣିବା ପାଇଁ ସରକାର କାମ କରୁଛନ୍ତି ବୋଲି ସୀତାରମଣ କହିଛନ୍ତି। ଭାରତର ଛାତ୍ରଙ୍କୁ ଏସିୟା, ଆଫ୍ରିକାର ଦେଶ ଗୁଡ଼ିକୁ ପଠାଯିବ। ରାଷ୍ଟ୍ରୀୟ ପୁଲିସ ବିଶ୍ଵବିଦ୍ୟାଳୟ, ରାଷ୍ଟ୍ରୀୟ ନ୍ୟାୟିକ ବିଜ୍ଞାନ ବିଶ୍ଵବିଦ୍ୟାଳୟ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ରଖାଯାଇଛି। ଡାକ୍ତରଙ୍କ ପାଇଁ ଏକ ବ୍ରିଜ୍ ପ୍ରୋଗ୍ରାମ ଆରମ୍ଭ କରାଯିବ। ଯାହା ଫଳରେ ଅଭ୍ୟାସ କରୁଥିବା ଡାକ୍ତରଙ୍କୁ ପ୍ରଫେସନାଲ୍ ବିଷୟରେ ଶିକ୍ଷଣ ଦିଆଯିବ।କୌଶଳ ବିକାଶ ପାଇଁ 3 ହଜାର କୋଟି ପ୍ରସ୍ତାବ କରାଯାଇଛି। ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍ ମଡେଲରେ ମେଡିକାଲ କଲେଜ ସ୍ଥାପନା କରାଯିବ।
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ 70 ହଜାର କୋଟି ବ୍ୟୟବରାଦ
ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ସାଧାରଣ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଫିଟ୍ ଇଣ୍ଡିଆ ମୁଭମେଣ୍ଟକୁ ପ୍ରୋତ୍ସାହନା ଦେବା ପାଇଁ ସରକାର ବଜେଟ୍ରେ ବଡ଼ ଘୋଷଣା କରିଛନ୍ତି । ଆୟୁଷ୍ମାନ ଯୋଜନାରେ ଅଧିକ ହସ୍ପିଟାଲକୁ ସାମିଲ କରାଯିବ । ଯାହା ଫଳରେ ଟି2 ଏବଂ ଟି 3 ସହର ଗୁଡ଼ିକୁ ସୁବିଧା ପହଞ୍ଚି ପାରିବ । ଏଥିପାଇଁ ପିପିପି ମଡେଲର ସାହାଯ୍ୟ ନିଆଯିବ । କେନ୍ଦ୍ର ସରକାଙ୍କ ଇନ୍ଦ୍ରଧନୁଷ ମିଶନକୁ ବିସ୍ତାର କରାଯିବ । ମେଡିକାଲ ଡିଭାଇସକୁ ଯେଉଁ ଟିକସ ଆଦୟ ହେଉଛି, ତାକୁ ମେଡିକାଲ ସୁବିଧାକୁ ବୃଦ୍ଧି କରିବାରେ ଖର୍ଚ୍ଚ କରାଯିବ । ଟିବି ବିରୋଧରେ ଦେଶରେ ଅଭିଯାନ ଆରମ୍ଭ କରାଯିବ । ଟିବି ହାରିବ, ଦେଶ ଜିତିବ, ସରକାରଙ୍କ ତରଫରୁ ଦେଶକୁ 2025 ସୁଦ୍ଧା ଟିବି ମୁକ୍ତ କରିବାକୁ ଉଦ୍ୟମ କରାଯିବ । ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା ଅନୁସାରେ ସେଣ୍ଟର୍ସର ସଂଖ୍ୟା ବୃଦ୍ଧି କରାଯିବ । ଏଥି ପାଇଁ ଚଳିତ ବଜେଟ୍ରେ ପ୍ରାୟ 70 ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ।
କୃଷି ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ
2022 ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । କୃଷକଙ୍କ ପାଇଁ 16 ସୂତ୍ରୀୟ ଫର୍ମୁଲା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ସବୁ ଯୋଜନା ପାଇଁ 2.83 ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
୧- 100 ଜିଲ୍ଲାରେ ପାଣି ବ୍ୟବସ୍ଥା ପାଇଁ ଯୋଜନା
2- ମଡ଼ର୍ଣ୍ଣ ଏଗ୍ରିକଲଚର ଲ୍ୟାଣ୍ଡ ନିୟମକୁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯିବ ।
3- ଫର୍ଟିଲାଇଜରର ବ୍ୟବହାର ନିୟନ୍ତ୍ରଣ କରାଯିବ । ଯାହା ଫଳରେ କେତେ ପରିମାଣର ଫର୍ଟିଲାଇଜର ବ୍ୟବହାର କରାଯିବ ସୂଚନା କୃଷକଙ୍କୁ ଜଣାଯିବ ।
4- ପିଏମ କୁସୁମ ଯୋଜନା ଜରିଆରେ କୃଷକଙ୍କ ପମ୍ପକୁ ସୋଲାର ପମ୍ପ ସହ ଯୋଡ଼ାଯିବ, ଏଥିରେ 20 ଲକ୍ଷ କୃଷକଙ୍କୁ ଯୋଜନାରେ ସାମିଲ କରାଯିବ । ଏହା ସହ 15 ଲକ୍ଷ କୃଷକଙ୍କ ଗ୍ରେଡ଼ ପମ୍ପକୁ ମଧ୍ୟ ସୋଲାର ସହ ଯୋଡ଼ାଯିବ ।
5- ଦେଶରେ ଥିବା ୱେର ହାଉସ, କୋଲ୍ଡ ଷ୍ଟୋରେଜ ଆଦିକୁ ନାବାଡ଼ ନିଜ ଅଧିନକୁ ନେବ , ନୂଆ ପ୍ଲାନ ଅନୁସାରେ ଡେଭଲପ କରାଯିବ । ଆଉ ୱେର ହାଉସ, କୋଲ୍ଡ ଷ୍ଟୋରେଜ ନିର୍ମାଣ କରାଯିବ ।
6- ମହିଳା କୃଷକଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା ଘୋଷଣା
7- ବିମାନରେ ଯିବ କୃଷକଙ୍କ ସାମାନ । କୃଷି ଉଡ଼ାନ ଯୋଜନା ଆରମ୍ଭ କରାଯିବ । ଇଣ୍ଟର ନ୍ୟାସନାଲ , ନ୍ୟାସନାଲ ଲେବଲରେ ଯୋଜନା ଆରମ୍ଭ କରାଯିବ ।
8- ଦୁଗ୍ଧ, ମାଛ, ମାଂସ ପାଇଁ କିଷାନ ରେଳ ମଧ୍ୟ ଆରମ୍ଭ ହେବ
9- କିଷାନ କ୍ରେଡ଼ିଟ କାର୍ଡ଼କୁ 2021 ପାଇଁ ବଢାଯିବ
10- ଜୈବିତ କ୍ଷେତ ଜରିଆରେ ଅନଲାଇନ ମାର୍କେଟ କରାଯିବ
11- କୃଷକଙ୍କ ଅନୁସାରେ ଏକ ଜିଲ୍ଲା ଏକ ପ୍ରଡ଼କ୍ଟ ଉପରେ ଫୋକସ କରାଯିବ
12- ଦୁଗ୍ଧ ପ୍ରଡ଼କ୍ସନ ଦୁଇଗୁଣ କରିବା ପାଇଁ ସରକାର ଯୋଜନା କରିବେ
13- ଗୋଚର ଭୂମି ଗୁଡ଼ିକ ମନରେଗାରେ ଯୋଡ଼ାଯିବ
14- ବ୍ଲୁ ଇକୋନମି ଜରିଆରେ ମାଛ ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦିଆଯିବ
15- କୃଷକଙ୍କ ଦିଆଯାଉଥିବା ସୁବିଧା ଓ ସହଯୋଗକୁ ଦିନ ଦୟାଲ ଯୋଜନା ଦ୍ୱାରା ଆଗକୁ ବଢାଯିବ
16- ଫିସ ପ୍ରସେସିଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯିବ
ସଡ଼କ ଓ ପରିବହନ କ୍ଷେତ୍ର ପାଇଁ 1 ଲକ୍ଷ 70 ହଜାର କୋଟି
ସଡ଼କ ଓ ପରିବହନ କ୍ଷେତ୍ର ପାଇଁ ବଜେଟରେ 1 ଲକ୍ଷ 70 ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ଅଧୀନରେ ଆଧୁନିକ ରେଳ ଷ୍ଟେଶନ, ବିମାନବନ୍ଦର, ବସ୍ଷ୍ଟାଣ୍ଡ ନିର୍ମାଣ କରାଯିବ। ଭିତ୍ତିଭୂମି କମ୍ପାନୀଗୁଡ଼ିକୁ ନିଜ ଷ୍ଟାର୍ଟଅପ୍ରେ ଯୁବଗୋଷ୍ଠୀଙ୍କୁ ଯୋଡ଼ିବା ଲାଗି ନିବେଦନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଦିଲ୍ଲୀ-ବମ୍ବେ ଏକ୍ସପ୍ରେସ ୱେ, ଚେନ୍ନାଇ-ବାଙ୍ଗାଲୁରୁ ଏକ୍ସପ୍ରେସ ୱେ ନିର୍ମାଣ ଶେଷ କରାଯିବ। ଦେଶରେ 2014 ସୁଦ୍ଧା 100 ନୂଆ ବିମାନବନ୍ଦର ନିର୍ମାଣ ହେବ। 27 ହଜାର କିଲୋମିଟର ରେଳପଥକୁ ବିଦ୍ୟୁତୀକରଣ କରାଯିବ। ତେଜସ ଟ୍ରେନ ସଂଖ୍ୟା ବୃଦ୍ଧି କରାଯିବ, ଯାହା ସିଧାସଳଖ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ଯାଇପାରିବ। ମୁମ୍ବଇ-ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ ଚଳାଚଳ ପାଇଁ କାର୍ଯ୍ୟକୁ ତ୍ଵରାନ୍ବିତ କରାଯିବ। ଜଳ ବିକାଶ ମାର୍ଗକୁ ଆସାମ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।