ଓଡ଼ିଶାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ
ଓଡିଶା ଫାଷ୍ଟ( ବ୍ୟୁରୋ):ଓଡ଼ିଶାରେ ପହଁଚିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ । କୋଣାର୍କରେ ଚାଲିଥିବା ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ଅଂଶଗ୍ରହଣ କରିବେ କେନ୍ଦ୍ରମନ୍ତ୍ରୀ। କୋଣାର୍କ ସୂର୍ଯ୍ୟ ମନ୍ଦିରରେ କାରୁକାର୍ଯ୍ୟ ପଥର ସ୍ଥାନରେ ଏଏସଆଇ ସାଧା ପଥର ଲଗାଉଥିବା ନେଇ ଅଭିଯୋଗ ହୋଇଛି। ସେଠାକୁ ଯାଇ ପ୍ରହଲାଦ ସିଂ ପଟେଲ ଯାଞ୍ଚ କରିବେ । ଏହି ଅଭିଯୋଗ ଉପରେ ସତ୍ୟାସତ୍ୟ ଜଣା ପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଶାରେ ଭରପୁର ପର୍ଯ୍ୟଟନସ୍ଥଳୀ ରହିଛି। ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯିବ । ଖୁବଶୀଘ୍ର ଦେଶରେ ନୂଆ ପର୍ଯ୍ୟଟନ ନୀତି ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ସେ କୋଣାର୍କ ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ଯୋଗ ଦେବା ପରେ ପୁରୀ ଯାଇ ଜଗନାଥ ଦର୍ଶନ କରିବେ।