‘ପର୍ଯ୍ୟଟନ ସମ୍ମଳିନୀ ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ବେଶ୍ ସହାୟକ ହେବ’
ଓଡିଶା ଫାଷ୍ଟ( ବ୍ୟୁରୋ):ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ସର୍ବଭାରତୀୟ ପର୍ଯ୍ୟଟନ ସମ୍ମିଳନୀକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସମ୍ମଳିନୀ ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ବେଶ୍ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେଇଥିବାବେଳେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଲାଗି ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଛି। ଗୁଜରାଟ ପର୍ଯ୍ୟଟନ ମନ୍ତ୍ରୀ ବୈଷ୍ଣବୀ ଅହିର ଯୋଗ ଦେଇ ସମଗ୍ର ଭାରତରେ ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ଏହି ସମ୍ମିଳନୀ ଓଡ଼ିଶା ସରକାର ଆୟୋଜନ କରିଥିବାବେଳେ ଭାରତ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ ବୋଲି କହିଛନ୍ତି। ଏଥି ସହ ସାରାଦେଶ ଅପେକ୍ଷା ଆମ ଦେଶରେ ଏଭଳି ପର୍ଯ୍ୟଟନସ୍ଥଳୀ ରହିଛି ଯାହାକି ସମଗ୍ର ବିଶ୍ୱରେ ନାହିଁ। ଆମ ଦେଶର ଲୋକ ଅଧିକ ଖର୍ଚ୍ଚାନ୍ତ ହୋଇ ଅନ୍ୟ ଦେଶକୁ ବୁଲିବା ପାଇଁ ଯାଉଥିବାବେଳେ ବିଭିନ୍ନ ରାଜ୍ୟଗୁଡ଼ିକରେ ଥିବା ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇ ସ୍ୱତନ୍ତ୍ର ଅନୁଭୂତି ନେବା ସହ ଅତି କମ୍ରେ ଆମ ଦେଶରେ ଥିବା ବିଭିନ୍ନ ରାଜ୍ୟରେ ତିନିଦିନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବାକୁ ମନ୍ତ୍ରୀ ଶ୍ରୀ ଅହିର କହିଛନ୍ତି।