ଭିଜିଲାନ୍ସ ଜାଲରେ କୋଟିପତି ପ୍ରଧାନଶିକ୍ଷକ

ଓଡିଶା ଫାଷ୍ଟ ( ବ୍ୟୁରୋ) : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ନବରଙ୍ଗପୁର ରାଇଘର ବ୍ଲକ ବୋରଗାଁ ପ୍ରକଳ୍ପ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋରଗାଁ ପ୍ରକଳ୍ପ ହାଇସ୍କୁଲର ପ୍ରଧାନଶିକ୍ଷକ ରଣଜିତ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢଉ କରିଛି । ଏକକାଳୀନ 6 ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏହି ଚଢଉ କରାଯାଇଛି । ଆଜି ଭୋର ଭିଜିଲାନ୍ସର ଟିମ ରଣଜିତଙ୍କ ବାସଭବନ, ଦୋକାନ, ସ୍କୁଲ, ଗୋଦାମ ଓ ସମ୍ପର୍କୀୟଙ୍କ ଘରେ ଏହି ଚଢଉ କରିଛି । ତେବେ ଯାଞ୍ଚ ବେଳେ ବିଭିନ୍ନ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡ଼ିଛି ।