ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଗଡ଼ିଲା ପାସେଞ୍ଜର ଟ୍ରେନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ନୟାଗଡ ରେଳ ଷ୍ଟେସନ ଠାରେ ଗୁରୁବାର ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ ଓ ମହିପୁର ନୂତନ ରେଳ ଲାଇନର ଲୋକାର୍ପଣ ଏବଂ ମହିପୁର ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍‌-ନୟାଗଡ ଟାଉନ-ଖୋର୍ଦ୍ଧାରୋଡ ପାସେଞ୍ଜର ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ଲାଇନକୁ ଦଶପଲ୍ଲା ଯାଏ ରେଳ ଲାଇନ୍ ସଂପ୍ରସାରଣ କରାଯିବା ସହ ୨୦୨୩ ଡିସେମ୍ବର ସୁଦ୍ଧା ବଲାଙ୍ଗୀର ଯାଏ ରେଳ ଲାଇନ ସଂପ୍ରସାରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୫୦ କୋଟି ଟଙ୍କା ବ୍ୟୟରେ ନୟାଗଡରୁ ମହିପୁର ପର୍ଯ୍ୟନ୍ତ ୧୨ କିମି ବ୍ୟାପୀ ନୂଆ ରେଳ ଲାଇନ ଆରମ୍ଭ ନୟାଗଡବାସୀଙ୍କ ମନରେ ନୂଆ ଉତ୍ସାହ ଓ ନୂଆ ଉଦ୍ଦୀପନା ଭରିଦେଇଛି ।

Leave a comment