ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ: ଯୋଗାଣ ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନା ଦୋକାନୀ ନିଜ ଇଚ୍ଛା ମୁତାବକ ଠକୁଛନ୍ତି ଗ୍ରାହକଙ୍କୁ । ଗ୍ରାହକଙ୍କୁ ଭୁଆଁ ବୁଲାଇ ଠକୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏଭଳି ବୟାନ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ସୂଚନା ଅନୁଯାୟୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ସୁନା ବିକ୍ରି ବେଳେ ବଡ ଧରଣର ହେରଫେର କରୁଛନ୍ତି ସୁନା ଦୋକାନୀ । କଟକ ଓ ବାଲେଶ୍ୱରରେ ସୁନା ଦୋକାନୀ ଗ୍ରାହକଙ୍କୁ ସର୍ବାଧିକ ମାତ୍ରାରେ ଠକୁଛନ୍ତି । ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏହିପରି ଘଟଣା ସମ୍ନାକୁ ଆସିଛି । ତେଣୁ ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଉପରେ ଚଢାଉ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି । ଏହି ତାଲିକାରେ ବାଲେଶ୍ୱରର ୬ଟି, ଖୋର୍ଦ୍ଧାରେ ୪ଟି ଓ କଟକରେ ୭ଟି ସୁନା ଦୋକାନ ରହିଛି ।

ଅପରପକ୍ଷରେ ରାଜ୍ୟର ଭୁବେନଶ୍ୱର ଓ ବ୍ରହ୍ମପୁରର କୌଣସି ସୁନା ଉପରେ ଚଢ଼ାଉ ହୋଇ ନଥିବାକୁ ନେଇ ବାଚସ୍ପତି ବିରକ୍ତ ପ୍ରକାଶ କରିଥିବା ବେଳେ ଏହି ଦୁଇ ଅଞ୍ଚଳରେ ଥିବା ଇନସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ କହିବା ସହ ଖୁବଶୀଘ୍ର ଭୁବେନଶ୍ୱର ଓ ବ୍ରହ୍ମପୁରର ସୁନା ଦୋକାନ ଗୁଡିକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

Leave a comment