ଗଛରେ ପିଟିହେଲା କାର, ଜଣେ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଜପତି ଜିଲ୍ଲା ନାବଡ଼ା ନିକଟରେ ଏକ କାର ଭାରସାମ୍ୟ ହରାଇ ଗଛରେ ପିଟିହୋଇଛି । ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାସହ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡିର ଅନୀଲ ଓ ଅବ୍ଦୁଲ ନାମକ ଦୁଇଜଣ ବ୍ୟକ୍ତି ଗୁଣପୁରରୁ ଫେରୁଥିବା ସମୟରେ ଗଜପତି ଜିଲ୍ଲା ନାବଡ଼ା ନିକଟରେ କାରଟି ଭରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଇ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଅନୀଲଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ଅବ୍ଦୁଲ କୁ ଗଜପତି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କାଶୀନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।