କାଲି ସହିଦନଗର ଥାନାରୁ ଅଭିଯୋଗକାରୀଙ୍କ ପାଖକୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ଫୋନକଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲିଠାରୁ ମୁଖ୍ୟମନ୍ତ୍ରୀଙ୍କ ଆସିବ ଫୋନକଲ । ‘ମୋ ସରକାର’ କାର୍ଯ୍ୟକ୍ରମର ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦନଗର ଥାନାରୁ ‘ମୋ ସରକାର’ର ଶୁଭାରମ୍ଭ କରିବେ । ସେ ସିଧାସଳଖ ଅଭିଯୋଗକରୀଙ୍କ ସହ ଫୋନରେ କଥା ହେବେ । ଏହି ଯୋଜନାରେ ଡାକ୍ତରଖାନା ଓ ପୋଲିସ ଷ୍ଟେସନକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ସହିଦ ନଗର ଥାନା ଏବଂ କ୍ୟାପିଟାଲ ହସ୍ପିଟାଲରରୁ ହିଁ ଅଭିଯୋଗକାରୀ ଓ ରୋଗୀଙ୍କ ସହ ଫୋନରେ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଠାରୁ ଥାନା ଓ ଡାକ୍ତରଖାନା ବାବଦରେ ମତାମତ ନେବେ ମୁଖ୍ୟମନ୍ତ୍ରୀ । ଚଳିତ ସରକାରରେ ମୁଖ୍ୟମନ୍ତ୍ରୀ ନିଜର ନୂତନ ମନ୍ତ୍ରୀ ମଣ୍ଡଳକୁ ଲୋକଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଥାନା ଏବଂ ଡାକ୍ତରଖାନାକୁ କିଭଳି ଅଧିକ ଲୋକାଭିମୂଖୀ କରାଯାଇ ପାରିବ ସେନେଇ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅପରପକ୍ଷରେ କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ ପୋଲିସ ବିଭାଗ ସହ ସରକାରୀ ଅଧିକାରୀଙ୍କୁ ‘୫-ଟି’ ମନ୍ତ୍ରକୁ ଅନୁକରଣ କହିଥିଲେ । ଅଭିଯୋଗକାରୀଙ୍କ ଥାନା ଉପରେ ମତାମତ ହିଁ ଥାନାଧିକାରୀଙ୍କ ପଦୋନ୍ନତି ନିର୍ଣ୍ଣୟ କରିବ ।

ସେହିପରି ବର୍ତ୍ତମାନ ସୁଦ୍ଧା ‘ମୋ ସରକାର’ କାର୍ଯ୍ୟକ୍ରମ ପୂର୍ବରୁ ପୋଲିସ ପ୍ରସ୍ତୁତ କରିଥିବା ରିପୋର୍ଟ କାର୍ଡକୁ ନେଇ ପୋଲିସ କମିଶନର କହିଛନ୍ତି କି, ରିପୋର୍ଟ କାର୍ଡରେ ୮ ଟି ମାନଦଣ୍ଡ ଅଛି । ଲିକର ସ୍କେଲ ବୈଜ୍ଞାନିକ ଶୈଳୀରେ ବ୍ୟବହାର କରାଯାଉଛି । ପୋଲିସର ବ୍ୟବହାରକୁ ୮ ଟି ଭାଗରେ ଭାଗ କରାଯାଇଛି । ‘ମୋ ସରକାର’ ଯୋଜନାରେ ଲୋକଙ୍କ ଫିଡ଼ବ୍ୟାକ ଭଲ ଅଛି । ଏବେସୁଧା ୫ ହଜାର ଲୋକଙ୍କ ଫିଡ଼ବ୍ୟାକ ନେଇଛି ପୋଲିସ । ଆଉ କମିଶନରେଟ ପୋଲିସ ଭୁବନେଶ୍ୱରରେ ଏବେ ସୁଦ୍ଧା ୧୪୮ ଜଣ ଅଭିଯୋଗକାରୀଙ୍କ ସହ କଥା ହୋଇଛି ଏବଂ ଏଥି ମଧ୍ୟରୁ ୯୭ ଜଣଙ୍କ ଫିଡ଼ବ୍ୟାକ ଭଲ ଅଛି ବୋଲି କହିଛନ୍ତି ପୋଲିସ କମିଶନର ।

Leave a comment