କମେଣ୍ଟ ନେଲା ଛାତ୍ରୀଙ୍କ ଜୀବନ, ଅଭିଯୁକ୍ତ ଅଟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମେଣ୍ଟ ନେଲା ଛାତ୍ରୀଙ୍କ ଜୀବନ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମଦନପୁର-ରାମପୁର ରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଘଟଣା ।

ସୂଚନା ଅନୁଯାୟୀ,ଗତକାଲି ଅପରାହ୍ନ ୨ଟା ରେ କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ବସ୍‌ଷ୍ଟାଣ୍ଡରେ ଜଣେ ଛାତ୍ରୀଙ୍କୁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ରାକେଶ ପ୍ରଧାନ ନାମକ ଜଣେ ଯୁବକ କମେଣ୍ଟ ମାରିବାରୁ ଉକ୍ତ ଛାତ୍ରୀ ଜଣକ ବିଷ ପିଇଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ, ପ୍ରେମ ସମ୍ପର୍କ ଓ କମେଣ୍ଟ ମରାକୁ ନେଇ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ବସ୍‌ଷ୍ଟାଣ୍ଡରେ ମାଡ଼ ମାରିଥିଲେ। ଲୋକ ଲଜ୍ଜାରେ ଛାତ୍ରୀ ଜଣକ ବିଷ ପିଇ ଦେଇଥିଲେ । ଫଳରେ ଛାତ୍ରୀଙ୍କୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମଦନପୁର ରାମପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠା ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ଓ ପରେ ବଲାଙ୍ଗିର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା । ଏନେଇ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଗତକାଲି ସନ୍ଧ୍ୟାରେ ମଦନପୁର ରାମପୁର ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଅଭିଯୁକ୍ତ ପ୍ରେମିକ ରାକେଶ ପ୍ରଧାନକୁ ଅଟକ ରଖି ପଚରାଉଚରା କରୁଛି । ସେ ନର୍ଲା କଲେଜର ଯୁକ୍ତ ତିନିର ଛାତ୍ର ।

Leave a comment