କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଦିନିକିଆ ମହିଳା ହିଂସା ଓ ଏହାର ପ୍ରତିକାର ଏବଂ ନିରୋଗ ସୁସ୍ଥ ଜୀବନ ସଚେତନତା କର୍ମଶାଳା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମଳା ନେହେରୁ ମହିଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ବୁଧବାର ଲିଙ୍ଗଗତ ପାର୍ଥକ୍ୟ ଦ୍ୱାରା ସାମାଜିକ ମହିଳା ହିଂସାର ଦୂରୀକରଣ ଏବଂ ଏକ ସ୍ୱାସ୍ଥ୍ୟ ସଚେତନା କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ ଦ୍ବାରା ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରି ଅନେକ ଉପାଦେୟ ତଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ୧୫୦ଜଣ ଶିବିରାର୍ଥୀ ଯୋଗଦେଇ ମହିଳା ହିଂସା ଓ ତାହାର ପ୍ରତିକାର ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ନିରୋଗ ସ୍ୱାସ୍ଥ୍ୟ ଜୀବନ ଯାପନର ଆବଶ୍ୟକତା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା ।

ପ୍ରଶିକ୍ଷକ ଭାବରେ ଡଃ ଦେବଦର୍ଶୀ ରଥ, ଶ୍ରୀମତୀ ମଞ୍ଜୁପ୍ରଭା ଧଳ ଓ ଶ୍ରୀରାମ ପ୍ରସାଦ ଚ୍ୟାଉ ପଟ୍ଟନାୟକ ଏବଂ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ସ୍ମାର୍ଟ ସିଟି ର ବିଭିନ୍ନ କାର୍ଯ୍ୟକ୍ରମ ଓ ଛାତ୍ରୀମାନଙ୍କ ମଧ୍ୟରେ ପଲିଥିନ ବର୍ଜନ ସମ୍ପର୍କରେ ପୋଷ୍ଟେର ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇ କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଡଃ ସୁଶାନ୍ତ କୁମାର ପଟ୍ଟନାୟକ, ଡଃ ବିନୀତା ମହାନ୍ତି ଓ ଡଃ ଭାନୁପ୍ରିୟା ଦାଶ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Leave a comment