ବଲାଙ୍ଗୀର ଆରଟିଓ କାର୍ଯ୍ୟାଳୟ ଓ ହସ୍ପିଟାଲରୁ ୧୦ ଦଲାଲ ଗିରଫ

0

ଓଡିଶା ଫାଷ୍ଟ (ବ୍ୟୁରୋ): ନୂଆଁ ମଟର ଯାନ ନିୟମ ଲାଗୁ ହେବା ପରେ ଡ୍ରାଇଭିଂଗ ଲାଇସେନ୍ସ ପାଇଁ ଆରଟିଓ କାର୍ଯ୍ୟାଳୟରେ ଦିନକୁ ଦିନ ଭିଡ ବଢ଼ିବାରେ ଲାଗୁଛି । ଦଲାଲମାନେ ଏହାର ସୁଯୋଗ ନେଇ ସକ୍ରିୟ ହୋଇ ଉଠିଛନ୍ତି ।

ଆରଟିଓ କାର୍ଯ୍ୟାଳୟ ବ୍ୟତୀତ ଡାକ୍ତରଖାନାରେ ମଧ୍ୟ ଏମାନେ ସକ୍ରିୟ ଅଛନ୍ତି । ଲୋକଙ୍କୁ ଠକି ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି । ଲାଇସେନ୍ସ ପାଇଁ ବ୍ଲଡ ଗ୍ରୁପ ରିପୋର୍ଟ ଓ ଡାକ୍ତରୀ ଫିଟନେସ ସାର୍ଟିଫିକେଟର ଆବଷ୍ୟକତା ରହିଛି । ତେଣୁ ଡାକ୍ତରଖାନାରେ ବେଶୀ ପରିମାଣରେ ଦଲାଲ ସକ୍ରିୟ ଅଛନ୍ତି । ତେବେ ପୁଲିସ ଆଜି ଉଭୟ ସ୍ଥାନରେ ଚଢାଉ କରି ୧୦ ଜଣ ଦଲାଲଙ୍କୁ ଗିରଫ କରିଛି ।

ସୂଚନା ଯୋଗ୍ୟ: ସେମାନଙ୍କ ମଧ୍ୟରେ ୫ ଜଣ ଯୁବତୀ ଅଛନ୍ତି । ଯୁବତୀମାନଙ୍କୁ ହସ୍ପିଟାଲରୁ ଗିରଫ କରାଯାଇଥିବା ବେଳେ ୫ ଯୁବକଙ୍କୁ ଆରଟିଓ କାର୍ଯ୍ୟାଳୟରୁ ଗିରଫ କରାଯାଇଛି । ଗିରଫ ମାନଙ୍କ ନାରେ ଠକେଇ ଉଦ୍ୟମ ମାମଲା ରୁଜୁ କରାଯାଇଛି । ଏହା ଜାମିନଯୋଗ୍ୟ ଦଫା ହୋଇଥିବାରୁ ସମସ୍ତଙ୍କୁ ଛାଡି ଦିଆଯିବ । ତେବେ କୋର୍ଟରୁ ନୋଟିସ କରାଯିବ ବୋଲି ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକ କହିଛନ୍ତି ।

Leave a comment