ଅସଦାଚରଣ କରି ଗିରଫ ହେଲେ ତହସିଲଦାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅସଦାଚରଣ ଅଭିଯୋଗ ରେ ଗିରଫ ହେଲେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲଦାର ପ୍ରଫୁଲ୍ଲ ବେହେରା । ଜଣେ ଅତିରିକ୍ତ ମହିଳା ତହସିଲଦାରଙ୍କ ଅଭିଯୋଗକୁ ଭିତ୍ତିକରି ଗତକାଲି ରାତିରେ ପ୍ରଫୁଲ୍ଲଙ୍କୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିବା ପରେ ସମ୍ବଲପୁର ଜେଲକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଜଣେ ଅବିବାହିତା ଅତିରିକ୍ତ ମହିଳା ତହସିଲଦାର ସମ୍ବଲପୁର ଧନୁପାଲି ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲଦାର ପ୍ରଫୁଲ୍ଲ ବେହେରା ଉକ୍ତ ମହିଳାଙ୍କୁ ତାଙ୍କ ଘରେ ଅସଦାଚରଣ କରିଥିଲେ । ଏପରିକି ଉକ୍ତ ମହିଳା ଏହାର ବିରୋଡ଼ କରିବାରୁ ପ୍ରଫୁଲ୍ଲ ତାଙ୍କୁ ଗଲି ଗୁଳଜ କରିଥିଲେ । ଏହି ଘଟଣାକୁ ନେଇ ମହିଳା ଜଣକ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ । କୌଣସି ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କୁ ଜଣେ ଅଧିକାରୀ ଅସଦାଚାରଣ କରିଥିବା ଏହା ପ୍ରଥମ ଅଭିଯୋଗ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏହାପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରି ତହସିଲଦାର ପ୍ରଫୁଲ୍ଲଙ୍କୁ ରାତି ୧୦ଟାରେ ଗିରଫ କରି କୋଟ ଚାଲାଣ କରିବାପରେ ଜେଲ ପଠାଇ ଦିଆଯାଇଛି ।

Leave a comment