ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୁକ୍ରବାର ରାତିରେ ବାଲିଅନ୍ତା ଥାନା ଅଧିନସ୍ଥ ରୁଦ୍ରପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ୧୬ନଂ ଜାତୀୟ ରାଜପଥରେ କଟକ ରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ଏକ ଦ୍ରୁତଗାମୀ ମିନିଟ୍ରକ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା । ମିନିଟ୍ରକ ପଛରେ ଆସୁଥିବା ଟ୍ରଲର ବ୍ରେକ ଦେଇ ଅଟକି ଯାଇଥିଲା ମାତ୍ର ଟ୍ରଲର ପଛରେ ଦ୍ରୁତ ଗତିରେ ଆସୁଥିବା ହାଇଓ୍ବା ଟ୍ରଲର ପଛରେ ପିଟି ହୋଇ ଯାଇଥିଲା । ହାଇଓ୍ବା ଟ୍ରକ ଡ୍ରାଇଭର ଓ ହେଲପରଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିଲା ।