ହାଇପ୍ରୋଫାଇଲ ୫ଜଣ ସୁନ୍ଦରୀ ମହିଳା ଗିରଫ

ଓଡ଼ିଶା ଫାଷ୍ଟ: ହାଇପ୍ରୋଫାଇଲ ସନ୍ଦରଯ୍ୟ ଜାଲରେ ଫସାଉଥିଲେ ସୁନ୍ଦରୀ ମହିଳା ରାଜନେତା, ଉଚ୍ଚ ସରକାରୀ ଅଧିକାରୀ ଓ ବ୍ୟବସାୟୀଙ୍କୁ ବ୍ଲାକ୍ ମେଲ କରୁଥିବା ଏକ ରାକେଟକୁ ଭୋପାଲ ପୋଲିସ ଗିରଫକରିଛି । ଭୋପାଲ ପୋଲିସ ସହଯୋଗରେ ଏପର୍ଯନ୍ତ ଏଟିଏସ୍ ମୋଟ ୬ ଜଣଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି।
ଏଟିଏସ୍ ଗିରଫ କରିଥିବା ମହିଳାଙ୍କ ମଧ୍ୟରୁ ଜଣେ ବିଜେପି ବିଧାୟକ ବୃଜେନ୍ଦ୍ର ପ୍ରତାପ ସିଂହଙ୍କ ବଙ୍ଗଳାରେ ରହୁଥିଲା। ତେବେ ସେ ଘରକୁ ଭଡାରେ ନେଇଥିଲେ ବୋଲି ଏବେ ସଫେଇ ଦିଆଯାଇଛି। କିଛିଦିନ ପୂର୍ବରୁ ଏହି ମହିଳା ବ୍ଲାକମେଲିଂକରୁଥିବା ନେଇ ଇନ୍ଦୋରରେ ଅଭିଯୋଗ ହୋଇଥିଲା। ଏଣୁ ମହିଳା ଜଣକର ଇଣ୍ଟେଲିଜେନ୍ସୀ ନଜରରେ ଥିବା ବେଳେ ଏଟିଏସ୍ ତାଙ୍କୁ ଗିରଫ କରିଛି। ଏହା ଛଡା ଏଟିଏସ ମିନାଲ ରେସିଡେନ୍ସିରୁ ୨ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା। ତଦନ୍ତ ବେଳେ ପୂର୍ବମନ୍ତ୍ରୀମାନଙ୍କ ସହ ଏହି ମହିଳାମାନଙ୍କ ସମ୍ପର୍କ ଥିବାର ଏବେ ସୂଚନା ମିଳୁଛି।
ସୂଚନାମୂତାବକ ଏହି ମହିଳାମାନେ ମନ୍ତ୍ରୀ ଓ ଅଧିକାରୀଙ୍କ ନିକଟକୁ କଲଗାର୍ଲ ପଠାଇ ସେମାନଙ୍କ ଭିଡିଓ କରୁଥିଲେ। ପରେ ସେହି ଭିଡିଓ ଜରିଆରେ ସେମାନଙ୍କୁ ବ୍ଲାକମେଲିଂ କରି ବିପୁଳ ଅର୍ଥ ଆଦାୟ କରିଛନ୍ତି। ନିକଟରେ ଏହି ରାକେଟ୍ ର ମୁଖିଆ ଜନୈକ ବରିଷ୍ଠ ଅଧିକାରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରିଥିଲା। କୁହାଯାଉଛି କେବଳ ଏହି ଅଧିକାରୀ ନୁହନ୍ତି ଅନେକ ନେତା ଓ ମନ୍ତ୍ରୀଙ୍କ ସିଡି ଏବଂ ଭିଡିଓ ମଧ୍ୟ ରାକେଟ୍ ର ମୁଖିଆ ନିଜପାଖରେ ରଖିଛନ୍ତି। ଗିରଫ ମହିଳାମାନଙ୍କ ମଧ୍ୟରୁ ଜଣକୁ ପଲାସିଆସ୍ଥିତ ମହିଳା ଥାନାରେ ଏବେ ପଚରା ଉଚରା ଚାଲିଥିବା ବେଳେ ମାମଲାର ଏଟିଏସ୍ ତଦନ୍ତ ହେଉଥିବାରୁ ଏହା ହନିଟ୍ରାପ ମାମଲା ନା ପଛରେ ଆତଙ୍କବାଦ ବି ରହିଛି ସେ ନେଇ ମଧ୍ୟପ୍ରଦେଶ ପ୍ରଶାସନରେ ହଟଚମଟ ସୃଷ୍ଟି ହୋଇଛି।