୨୭ତାରିଖରେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ନଜର ଆସିବେ ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୭ତାରିଖରେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ନଜର ଆସିବେ ନବୀନ । ଜାତୀୟ ସ୍ତରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଚର୍ଚ୍ଚାର ପରିସର ଭୁକ୍ତ ହେବେ । ଏହି କାର୍ଯ୍ୟକ୍ରମଟି ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆଧାରିତ । ୧୯୯୯ ମହାବାତ୍ୟାରେ ରାଜ୍ୟରେ କଂଗ୍ରେସ ସରକାର ସମୟରେ ଶତାଧିକ ଲୋକଙ୍କ ଜୀବନ ହାନି ଘଟିଥିଲା । ମାର୍ଚ୍ଚ ୫, ୨୦୦୦ ମସିହାରେ ନବୀନ ସରକାର ଗଠନ କରିଥିଲେ । ୨୦୦୦ ମସିହା ଠାରୁ ୨୦୧୯ ମଧ୍ୟରେ ଓଡ଼ିଶାରେ ଘଟି ଯାଇଥିବା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ନବୀନ ସରକାର କିଭଳି ଭାବରେ ସଫଳ ମୁକାବିଲା କରିଛନ୍ତି ତାହା ବିସ୍ତୃତ ଭାବେ ଏହି କାର୍ଯ୍ୟକ୍ରମରେ ପ୍ରସାରିତ ହେବ । ମୁଖ୍ୟତଃ ୨୦୧୯ ମସିହା ମେ’ ୩ତାରିଖରେ ଘଟିଯାଇଥିବା ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫନି’ର ସଫଳ ମୁକାବିଲା ଏଥିରେ ସ୍ଥାନ ପାଇବ ।

ସୂଚନା ଅନୁଯାୟୀ, ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲ ଆସନ୍ତା ୨୭ ତାରିଖରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ଯାଉଛି । ଯେଉଁ କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଜର ଆସିବେ । ଏହି କାର୍ଯ୍ୟକ୍ରମଟିର କିଛି ଅଂଶ ନବୀନ ନିବାସରେ ସୁଟ ହୋଇଥିବା ବେଳେ ଆଉକିଛି ଅଂଶ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ହୋଇଛି ।

Leave a comment