ଗିରଫ ହେଲେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଛି । ଆଜି ସକାଳୁ ଆଶୀର୍ବାଦଙ୍କ କଟକ ସ୍ଥିତ ବାସଭବନ ଉପରେ ସିବିଆଇ ଚଢ଼ାଉ କରି ଆଶୀର୍ବାଦଙ୍କୁ ଗିରଫ କରିଛି । ଅର୍ଥତତ୍ତ୍ୱ ଚିଟଫଣ୍ଡ ଲିଙ୍କରେ ଆଶୀର୍ବାଦଙ୍କୁ ଗିରଫ କରିଛି ସିବିଆଇ ।
ସୂଚନା ଅନୁଯାୟୀ, ପୂର୍ବରୁ ଅର୍ଥତତ୍ତ୍ୱ ଚିଟଫଣ୍ଡ ଲିଙ୍କରେ ଆଶୀର୍ବାଦଙ୍କୁ ସିବିଆଇ ଜେରା କରିଥିଲା । ସିବିଆଇ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା । ଆଜି ହଠାତ ଭୋର ୫ଟାରେ ଆଶୀର୍ବାଦଙ୍କ କଟକ ସ୍ଥିତ ବାସଭବନ ଉପରେ ସିବିଆଇ ଚଢ଼ାଉ କରି ଆଶୀର୍ବାଦ ଙ୍କୁ ଗିରଫ କରିଛି ।