ଆଜିଠୁ ଟୋଲଗେଟରେ ଧରା ହେବେ ମଦୁଆ ଡ୍ରାଇଭର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବଢି ଚାଲିଥିବା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବାକୁ ପୋଲିସ ଡିଜି ବିକେ ଶର୍ମା ନେଇଛନ୍ତି ଏକ ବଡ ନିଷ୍ପତ୍ତି । ରାଜ୍ୟରେ ଥିବା ସମସ୍ତ୧୪ଟି ଟୋଲଗେଟରେ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ଚେକିଂ । ମଦ ପିଇ ଗାଡି ଚାଳନା କରୁଥିଲେ ଗିରଫ କରାଯିବ ।

ସୂଚନା ଅନୁଯାୟୀ, ପୋଲିସ ଡିଜି ବି କେ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଆଜି ସନ୍ଧ୍ୟାରୁ ରାଜ୍ୟର ମୋଟ ୧୪ଟି ଟୋଲଗେଟରେ ଆରମ୍ଭ ହେବ ଚେକିଂ । ପୋଲିସ ସନ୍ଦେହ ଘେରରେ ଥିବା ଚାଳକର କରାଯିବ ବ୍ରେଥ ଆନାଲାଇଜର ଟେଷ୍ଟ । ଏହାସହ ଦୁଇ ଘଣ୍ଟା ମଧ୍ୟରେ ବ୍ଲଡ଼ ଟେଷ୍ଟ କରାଯିବ । ଆବଶ୍ୟକ ସ୍ଥଳେ ମଦ୍ୟପ ଚାଳକକୁ ଗିରଫ କରାଯାଇ କୋଟ ଚାଲାଣ କରାଯିବ । ଠିକ ସମୟରେ ବେଲ କରାନଗଲେ ତେବେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯିବ । ନୂତନ ଟ୍ରାଫିକ ନିୟମ ଅନୁଯାୟୀ ମଦୁଆ ଚାଳକ ଟ୍ରାଫିକରେ ଧରାପଡିଲେ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଉଛି ।

Leave a comment