ଇଡି ଗିରଫ କଲା କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ, କେପିସିସିର ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର(୫୭)ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଡିକେ ଶିବକୁମାରଙ୍କୁ ୪ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବା ପରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି । ଶିବକୁମାର ଗିରଫ ଖବର ପ୍ରଚାରିତ ହେବାପରେ କେପିସିସି ଆଜି ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା ଦେଇଥିଲା ।

ସୂଚନ ଅନୁଯାୟୀ, ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧିନରେ କଂଗ୍ରେସ ଶିବକୁମାରଙ୍କୁ ଗିରଫ କରାଯାଇଛି । ଆଜି ଶିବକୁମାରଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନେବ ଇଡି । ତେବେ ବିଜେପି ପ୍ରତିଶୋଧର ବଶବର୍ତ୍ତୀ ହୋଇ ତାଙ୍କୁ ଗିରଫ କରିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।
ଅପରପକ୍ଷରେ, ଶିବକୁମାର କହିଛନ୍ତି, ୨୦୧୭ରେ ଗୁଜୁରାଟର ବିଧାୟକମାନଙ୍କୁ କର୍ଣ୍ଣାଟକରେ ସୁରକ୍ଷିତ ଭାବରେ ରଖିବା କାରଣରୁ ବିଜେପି ତାଙ୍କୁ ଟାର୍ଗେଟ କରିଛି । ଶିବକୁମାର ବର୍ତ୍ତମାନର କନକପୁରା ବିଧାୟକ।