ବିଜେଡିର ପ୍ରଥମ ସଦସ୍ୟତା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମ ଦିନରେ ପଞ୍ଜିକରଣ ହେଲା ୨୪ ସଦସ୍ୟଙ୍କ ନାଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରମ୍ଭ ହେଲା ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ । ଏହି ଅଭିଯାନରେ ବିଜେଡିର ପ୍ରଥମ ସଦସ୍ୟତା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଶାଇ ୨୪ଜଣ ସଦସ୍ୟଙ୍କ ନାଁ ପଞ୍ଜିକରଣ କରିଛନ୍ତି । ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରିବା ସହ ୨୦୨୪ ନିର୍ବାଚନରେ ପୁନର୍ବାର ସରକାର ଗଠନର ଲକ୍ଷରେ ଏହି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ବିଜେଡିର ବର୍ତ୍ତମାନ ସଦସ୍ୟ ୪୭ ଲକ୍ଷ ଥିବା ବେଳେ ଆଗାମୀ ଦିନରେ ଏହାକୁ ଦ୍ୱିଗୁଣିତ କରିବାକୁ ବିଜେଫି ଲକ୍ଷ ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେହିପରି ସଭ୍ୟ ସଂଗ୍ରହ ବେଳେ ଚାଷୀ ଓ ସାଧାରଣ ଲୋକଙ୍କୁ ଭେଟି ଆଶୀର୍ବାଦ ନେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ସଭ୍ୟ ସଂଗ୍ରହ ଅଭିଯାନରେ ୫-ଟିର ଉପଯୋଗ କରିବାକୁ ନିଷ୍ପତି ନେଇଛି ବିଜେଡି । ଏହି କ୍ରମରେ ଦଳରେ ସାମିଲ ହେଉଥିବା ପ୍ରତି ସଦସ୍ୟଙ୍କ ଆଧାର ଲିଙ୍କ କରାଯିବ । ସମସ୍ତ ସଦସ୍ୟଙ୍କ ନାଁ ବିଜେଡି ୱେବ ସାଇଟରେ ଉପଲବ୍ଧ ହେବ ।