କୃଷି ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚିଲେ ମନ୍ତ୍ରୀ, ସମାୟାନୁବର୍ତ୍ତି ହେବାକୁ ଦେଲେ ନିର୍ଦ୍ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୃଷି ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀଙ୍କୁ ହଠାତ ଅଫିସରେ ଦେଖି ଉପସ୍ଥିତ ଥିବା କର୍ମଚାରୀଙ୍କ ବଢିଗଲା ଟେନସନ । ସମୟରେ ଅଫିସ ପହଞ୍ଚି ନଥିବା କର୍ମଚାରୀଙ୍କୁ ଠିକ ସମୟରେ ଅଫିସ ଆସିବାକୁ କଲେ ତାଗିଦ । ଏହିପରି କିଛି ଘଟିଥିଲା ନଅ ତାଲା ଠାରେ ଥିବା କୃଷି ନିର୍ଦ୍ଦେଶାଳୟରେ ।

ସୂଚନା ଅନୁଯାୟୀ, ରାଜ୍ୟରେ କୃଷିକୁ ଅଧିଙ୍କ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ଆଜି ହଠାତ ଦିନ୧୦ଟା ସମୟରେ ଭୁବନେଶ୍ୱର ନଅ ତାଲା ଠାରେ ଥିବା କୃଷି ନିର୍ଦ୍ଦେଶାଳୟରେ ପହଞ୍ଚିଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ । କୃଷି ନିର୍ଦେଶାଳୟରେବବାୟୋମେଟ୍ରିକ ବ୍ୟବସ୍ଥା ଥିବାରୁ ଏହାର ଯାଞ୍ଚ କରିବା ପରେ ଜଣାପଡିଲା କିଛି କର୍ମଚାରୀ ବିଳମ୍ବରେ ଅଫିସ ଆସୁଛନ୍ତି । ତେଣୁ ମନ୍ତ୍ରୀ ସମସ୍ତ କର୍ମଚାରୀଙ୍କୁ ସମାୟାନୁବର୍ତ୍ତି ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯେହେତୁ ଜିଲ୍ଲାର କର୍ମଚାରୀମାନେ ଭୁବନେଶ୍ୱର ଆସୁନାହାନ୍ତି, ତେଣୁ ମୁଖ୍ୟାଳୟରେ କୌଣସି ଫାଇଲ ଅଟକି ରହିବା ଉଚିତ ନୁହେଁ ବୋଲି କହିଥିଲେ ମନ୍ତ୍ରୀ । କର୍ମଚାରୀମାନେ ଯେପରି ସୁରୁଖୁରରେ କାର୍ଯ୍ୟ କରିପାରିବେ ସେହିପରି ସବୁ ସୁବିଧା ସୁଯୋଗ ଯୋଗାଇଦେବାକୁ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଲିଫ୍ଟରେ ତଳକୁ ଓହ୍ଲାଇବା ବେଳେ ତାର ଅବସ୍ଥା ଦେଖି ଏହାକୁ ତୁରନ୍ତ ମରାମତି କରିବାକୁ ପୂର୍ତ୍ତ ସଚିବଙ୍କ ସହ କଥା ହେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

Leave a comment