ରାଜ୍ୟସଭା ନମିଳିଲେ ବିଜେପି ଯିବେ ପାଟ୍ଟଶାଣୀ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରସନ୍ନ ପାଟ୍ଟଶାଣୀ ଯେକି ରାଜନୀତିର ଏକ ଜଣାଶୁଣା ଚେହେରା ଯାହାକୁ ସମସ୍ତେ ବାବା ବୋଲି ମଧ୍ୟ ଜାଣନ୍ତି । ସେ ଲଗାତାର ୫ଥର ହେଲା ଭୁବନେଶ୍ୱର ଲୋକସଭା ସାଂସଦ ହୋଇଆସୁଥିଲେ । ସେହିପରି ୨୦୧୪ ନିର୍ବାଚନରେ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ରଙ୍କୁ ମିଳିଥିଲା ଭୁବନେଶ୍ୱର ଉତ୍ତର ବିଧାୟକ ଟିକେଟ । ସେ ନିର୍ବାଚନ ଜିତି ହୋଇଥିଲେ ବିଧାୟକ । ୨୦୧୯ ନିର୍ବାଚନରେ କିନ୍ତୁ ସବୁ ବଦଳିଗଲା । ପ୍ରସନ୍ନ ପାଟ୍ଟଶାଣୀଙ୍କ ବଦଳରେ ଅରୂପ ପଟ୍ଟନାୟକଙ୍କୁ ମିଳିଲା ବିଜେଡି ଭୁବନେଶ୍ୱର ଲୋକସଭା ଟିକେଟ । ମାତ୍ର ବଜେପି ପ୍ରାର୍ଥୀ ଅପରାଜିତାଙ୍କ ଠାରୁ ପରାସ୍ତ ହେଲେ ଅରୂପ । ସାଧାରଣରେ ଚର୍ଚ୍ଚା ହେଲା ବାବାଙ୍କ ଅଭିଶାପରୁ ବିଜେଡି ନିଜ ଭୁବନେଶ୍ୱର ଲୋକସଭା ଆସନ ହରାଇଲା । କାହିଁକିନା ବାବାଙ୍କୁ ଲୋକସଭା ଟିକେଟ ନମିଳିବା ପରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ବାବା ଆଶା କରିଥିଲେ ତାଙ୍କ ଟିକେଟ କଟିଗଲା ମାତ୍ର ତାଙ୍କ ଜ୍ୱାଇଁଙ୍କୁ ନିଶ୍ଚିତ ଟିକେଟ ମିଳିବ । କିନ୍ତୁ ସେପରି କିଛି ହେଲାନାହିଁ । ତାଙ୍କ ଜ୍ୱାଇଁଙ୍କ ଟିକେଟ ମଧ୍ୟ କଟିଲା । ଏହାପରେ ବାବାଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚି ଥିଲା । ସେ ନବୀନ ନିବାସ ରେ ଗଣମାଧ୍ୟମ ଆଗରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ଯାହାକୁ ନେଇ ସେ ସମୟରେ ଚର୍ଚ୍ଚା ଜୋର ଧରିଥିଲା ।

ପରେ ରାଜ୍ୟସଭାକୁ ପଠାଯିବା ନେଇ ନବୀନ ତାଙ୍କୁ ଆଶ୍ୱାସନା ଦେଇଥିବା ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ମାତ୍ର ବର୍ତ୍ତମାନ ୩ ରାଜ୍ୟସଭା ଆସନକୁ ଆଶାୟୀ ୩୩ଜଣ ତେଣୁ ବାବା ନିଜ ରାଜ୍ୟସଭାକୁ ଯିବା ଆଶା କ୍ଷୀଣ ବୋଲି ଜାଣିସାରିଛନ୍ତି । ତେଣୁ ବାବା ଖୁବଶୀଘ୍ର ବିଜେଡରୁ ନିଜ ସମ୍ପର୍କ ଛିର୍ଣ କରି ବିଜେପି ସହ ସମ୍ପର୍କ ସ୍ଥାପନ କରିବାକୁ ଯାଉଛନ୍ତି ।

କେବଳ ବାବା ନୁହଁନ୍ତି ତାଙ୍କ ଜ୍ୱାଇଁ ପ୍ରିୟଦର୍ଶୀ ମଧ୍ୟ ବିଜେପିରେ ଯୋଗଦେବେ । ଏନେଇ ଦିଲ୍ଲୀରେ ଅମିତ ଶାହାଙ୍କ ସହ ଆଲୋଚନା ସରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ପ୍ରସନ୍ନ ପାଟ୍ଟଶାଣୀ ପୂର୍ବରୁ ୪ଥର ବିଧାୟକ ଓ ୫ଥର ଲୋକସଭା ସାଂସଦ ଭାବେ କାର୍ଯ୍ୟ ତୁଲାଇସାରିଛନ୍ତି ।

Leave a comment