କିଟ୍‍ ଓ କିସରେ ସ୍ୱାଧୀନତା ଦିବସ ପାଳିତ

0

ଭୁବନେଶ୍ୱର, : କିଟ୍‍, କିସ୍‍, କିମ୍‍ସ, କିଟ୍‍ ପବ୍ଲିକ୍‍ ସ୍କୁଲ୍‍ ଓ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍ ରେ ୭୯ତମ ସ୍ୱାଧୀନତା ଦିବସ ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି। କିସ୍‍ ପରିସରରେ ଆୟୋଜିତ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଲେ, ଜନଜାତିଙ୍କ ବିକାଶ ହେଲେ ଦେଶର ସାମଗ୍ରିକ ବିକାଶ ହୋଇପାରିବ। କିସ୍‍ ଦୀର୍ଘ ୩୩ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷା ଜରିଆରେ ଜନଜାତିଙ୍କ ବିକାଶରେ ନିଜକୁ ନିୟୋଜିତ କରିଆସିଛି।

ଏହି ଅବସରରେ ଛାତ୍ରଛାତ୍ରୀମାନେ ପାଠ ପଢ଼ି ଭଲ ମଣିଷ ହୋଇ ଦେଶର ନାଁ ରଖିବାକୁ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି କିଟ୍‍ ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ଶରଣଜିତ ସିଂହ ପତାକା ଉତ୍ତୋଳନ କରିଥିବା ବେଳେ କିଟ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ରେ ସ୍କୁଲ୍‍ର ଚେୟରାପର୍ସନ ଡ ମୋନାଲିସା ବଳ, କିମ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ଡା. ସିବିକେ ମହାନ୍ତି ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ କ୍ୟାମ୍ପସ୍‍ ରେ ହୋଇଥିବା ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଓ କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ଡା. ଆର୍‍ ସି ଦାସଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କିସ ଛାତ୍ରଛାତ୍ରୀମାନେ ପାରେଡ ପ୍ରଦର୍ଶନ ସହ ଛାତ୍ରଛାତ୍ରୀଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Leave a comment