Pass-Fail System: ପୁଣି ଫେରିଲା ପାସ୍-ଫେଲ୍ ବ୍ୟବସ୍ଥା

ଭୁବନେଶ୍ୱର: ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁହେଲା ପାସ୍ ଫେଲ୍ ବ୍ୟବସ୍ଥା। ଫେଲ୍ ହେଲେ ଆଉ ଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତିବର୍ଷ ପରି ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଉଥିବା ଛାତ୍ରଛାତ୍ରୀଙ୍କୁ ପୁନଃ ପରୀକ୍ଷା ପାଇଁ ସୁଯୋଗ ଦିଆଯିବ। ପରୀକ୍ଷାଫଳ ପ୍ରକାଶ ପାଇବାର ଦୁଇମାସ ମଧ୍ୟରେ ପରୀକ୍ଷା ହେବ। ଦ୍ଵିତୀୟ ପରୀକ୍ଷାରେ ମଧ୍ୟ ପାସ୍ କରି ନ ପାରିଲେ ସେମାନଙ୍କୁ ପୁନଃ ସେହି ଶ୍ରେଣୀରେ ପଢ଼ିବାକୁ ହେବ। ହେଲେ ପ୍ରାଥମିକ ଶିକ୍ଷା ପୂର୍ବରୁ କୌଣସି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ବାହାର କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଶିକ୍ଷାଧିକାର ଆଇନ କୁ ପ୍ରାଧାନ୍ୟ ଦେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପିଲାଙ୍କ ପାଇଁ ପରାୀକ୍ଷା ବ୍ୟବସ୍ଥା ଉଚ୍ଛେଦ କରାଯାଇଥିଲା। ଫଳରେ ବିନା ପରୀକ୍ଷାରେ ପିଲା ପ୍ରଥମରୁ ନବମ ଶ୍ରେଣୀରେ ପହଞ୍ଚିପାରୁଥିଲେ। ହେଲେ ଏହା ମାଟ୍ରିକ୍ୟୁଲେସନ୍ ପରୀକ୍ଷା ଫଳ ହ୍ରାସ ପାଇବାର ପ୍ରଥମ କାରଣ ହୋଇଥିବା ଆଲୋଚନା କରାଯାଇଥିଲା। ଏଣୁ ସରକାର ଗୁଣାତ୍ମକ ପାଠପଢ଼ା ନିଶ୍ଚିତ କରିବା ଲାଗି ଏ ବ୍ୟବସ୍ଥାକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ୨୦୧୯ ମସିହାରେ ପୁଣିଥରେ ପାସ୍-ଫେଲ୍ ବ୍ୟବସ୍ଥାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ କରୋନା ଭାଇରସ୍ ସଂକ୍ରମଣହେତୁ ଏହାକୁ କାର୍ଯ୍ୟକାରୀ କରିବା ସରକାରଙ୍କ ପକ୍ଷରେ ସମ୍ଭବ ହୋଇ ପାରି ନଥିଲା। ଏେବ ବିଜେପି ସରକାର ଆସିବା ପରେ ଏହି ବ୍ୟବସ୍ଥାକୁ ପୁଣିଥିରେ ଲାଗୁ କରିଛନ୍ତି।