ଧର୍ମଶାଳା ଆରୁହା ପାହାଡ଼ ଲିଜ ଧାରୀଙ୍କ ସହ ଲିକୁ ସାହୁଙ୍କ ସମ୍ପର୍କ କଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧର୍ମଶାଳା ଆରୁହା ପାହାଡ଼ରେ ବେଆଇନ ଖନନ ଉପରେ କାର୍ଯ୍ୟାନୁଷ୍ଠାନ । ଲୋକଙ୍କ ଚାପରେ ହେଲା ଆକ୍ସନ । ଲୁଟ ହେଇଥିଲା କୋଟି କୋଟି ଟଙ୍କା । ବିଜେପି ନେତ୍ରୀ ସ୍ମୃତିରେଖା ପହି ଦିବାରାତ୍ର ବସି ଧାରଣା ଦେଇ ପ୍ରତିବାଦ କରିଥିଲେ । ରେଡ଼ କରିବାକୁ ପ୍ରଶାସନ ବାଧ୍ୟ ହୋଇଥିଲା । ଲିଜ ଧାରୀଙ୍କ ସହ ବିଧାୟକ ହିମାଂଶୁ ସାହୁ ଓରଫ ଲିକୁ ସାହୁଙ୍କ କି ସମ୍ପର୍କ ?ଗଳାବାଟ ଦେଇ ଅପରାଧୀଙ୍କୁ ଖସେଇବାକୁ ହୋଇଥିଲା ଷଡଯନ୍ତ୍ର ? କୋଟି କୋଟି ଲୁଟିଲେ, ମାତ୍ର ୪୦ ଲକ୍ଷ ଜୋରିମାନା ଦେଇ ଖସିଲେ । ହସୁଛନ୍ତି ଲିକୁ ସାହୁ, କାନ୍ଦୁଛି ଧର୍ମଶାଳା । ଲିକୁଙ୍କ ପାଇଁ ମୋହନ ସରକାର ପୁଣି ବଦନାମ । ପଣସ ଖାଉଛନ୍ତି ଲିକୁ ଓ ଖଣି ମାଲିକ।, ଅଠା ବୋଳା ଯାଉଛି ମୋହନ ସରକାରଙ୍କ ଉପରେ ।
ଆରୁହା ପାହାଡ଼ରେ ଚାଲିଥିବା ବେଆଇନ ପଥର ଖନନ କୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ବିଜେପି ନେତ୍ରୀ ସୃତିରେଖା ପହି ଦିନରାତି ଏକ କରି ଧାରଣାରେ ବସିଥିଲେ । ଧର୍ମଶାଳା ଥାନା ଓ ଗ୍ରାମବାସୀ ଙ୍କ ମିଳିତ ଚଢ଼ାଉ ରେ ଶରତ ଜେନାଙ୍କ ବେଆଇନ ପଥର ଖାଦାନରୁ ୫ଟି ଜେସିବି, ହିଟାଚି ମେସିନ, ୫ଟି ଟ୍ରାକ୍ଟର ସହିତ କମ୍ରେସର, ୨ଟି ହାଇୱା ପଥର ବୋଝେଇ ଗାଡି ଏବଂ ଏକ କାମ୍ପରରେ ପଥର ବ୍ଲାଷ୍ଟି ପାଇଁ ବ୍ୟବହୃତ ଡିନାମାଇଟ କଏଲ ଓ ବିସ୍ଫୋରକ ସାମଗ୍ରୀ ଲୋଡ ଥିବା ଗାଡି ସିଜ ହୋଇଥିଲା ।
ଉକ୍ତ ଲିଜ ଖାଦାନରେ ଗତ ଜାନୁଆରୀ ଇସି ସରିଥିଲା ବେଳେ ବେଧଡକ ଭାବେ ମେସିନ ରେ ଖାଦାନ ଖୋଳାଯିବା ସହ ବ୍ଲାଷ୍ଟି କରି ହଜାର ହଜାର ଟ୍ରିପ ପଥର ଉତ୍ତୋଳନ କରି ଲୁଟ ଚାଲିଥିଲା। ଗ୍ରାମବାସୀ ଓ ବିଜେପି ନେତ୍ରୀ ନେତ୍ରୀ ଶ୍ରୀମତୀ ପହି ଏହାର କଡା ବିରୋଧ କରିବା ସହିତ ଧର୍ମଶାଳା ଥାନା ରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ରଞ୍ଜନ କୁମାର ମାଝୀଙ୍କ ନେତୃତ୍ବରେ ପୋଲିସ ଫୋର୍ସ ମାଧ୍ୟମରେ ଧରପଗଡ ହୋଇଥିଲା ।
ଏହାପରେ ମାଇନର ମିନେରାଲ ମାଇନ୍ସ ବିଭାଗ ଡ଼ିଡ଼ିଏମଙ୍କୁ ବେଆଇନ ଖାଦାନ ଖନନ ସମ୍ୱନ୍ଧରେ ଜଣାଇଥିଲେ । ସିଜ ହୋଇଥିବା ଗାଡି ଓ ଅନ୍ୟନ ସାମଗ୍ରୀ ଉକ୍ତ ବିଭାଗ କୁ ହସ୍ତାନ୍ତର କରିଥିଲେ। ମାଇନର ମିନେରାଲ ମାଇନ୍ସ ବିଭାଗ ପକ୍ଷରୁ ଏହି ଖାଦାନରେ ଧରାପଡିଥିବା ଗାଡି ଉପରେ ୪୦ ଲକ୍ଷ ୨୫ ହଜାର ଜରିମାନା ହୋଇଥିବା ଜଣାପଡିଛି । କିନ୍ତୁ ଖାଦାନ ମାଲିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ।