କଂଗ୍ରେସ ପାର୍ଟିରୁ ୩ ନିଲମ୍ବିତ ଓ ୩ ବହିଷ୍କୃତ, ପଢନ୍ତୁ …

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟକଳାପ କୁ ନେଇ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିର୍ବାଚନ ର ଆଉ ଦୁଇଟି ପର୍ଯ୍ୟାୟ ବକିଥିବା ବେଳେ ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଆସିବା ପରେ ଗତକାଲି ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ପ୍ରାର୍ଥୀ ସୁରେନ୍ଦ୍ର କୁମାର ନନ୍ଦ, ୨୯ ନମ୍ବର ଜୋନ୍ କଂଗ୍ରେସ ସଭାପତି ପ୍ରଦୀପ୍ତ ଧଳ ଓ ଅଖିଳ ପଣ୍ଡାଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଥିବା ବେଳେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକର ୨୪ ନମ୍ବର ଜୋନ୍ କଂଗ୍ରେସ ସଭାପତି ବିପିନ୍ ବିହାରୀ ନାୟକ, ଓଡଗାଁ ବ୍ଲକ ୩ ନମ୍ବର ଜୋନ୍ ସଭାପତି ବିମଳ କୁମାର ଦାଶ ଏବଂ ୨୨ ନମ୍ବର ଜୋନ୍ ସଭାପତି ରଜନୀକାନ୍ତ ବଳିୟାରସିଂଙ୍କୁ ଦଳରୁ ବହିଷ୍କାର କରାଯାଇଛି ।