ବିଶ୍ୱବିଦ୍ୟାଳୟ ପରିଚାଳନା ବିଲ୍‍କୁ କ୍ୟାବିନେଟ୍‍ ମଞ୍ଜୁରୀ

0

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଧେୟକକୁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ମଞ୍ଜୁରୀ ପ୍ରଦାନ କରିଛି। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର କୁଳପତିଙ୍କ କ୍ଷମତା ବୃଦ୍ଧି ହେବ। ନୂଆ ନିଯୁକ୍ତି ଏବଂ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଏଶିକି ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେଇପାରିବ। ଆସନ୍ତା ବିଧାନସଭାରେ ଏହି ବିଧେୟକ ମଞ୍ଜୁରୀ ପାଇବା ପରେ ଆଇନରେ ପରିଣତ ହେବ। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ବୃଦ୍ଧି ସହ ଶୈକ୍ଷିକ ବାତାବରଣର ବିକାଶ ହେବ ବୋଲି ଆଶା କରାଯାଉଛି।

ରାଜ୍ୟ କ୍ୟାବିନେଟର ଆଜି ଏକାଦଶ ବୈଠକ ବସିଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟରେ ସୂଚନା ରଖି କହିଛନ୍ତି, ଏହି ବୈଠକରେ ଦୁଇଟି ଗୁରୁତ୍ୱପୂଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପ୍ରଥମ ପ୍ରସ୍ତାବରେ ଶିଳ୍ପାନୁଷ୍ଠାନକୁ ପ୍ରୋତ୍ସାହନ ଯୋଗାଇବା ଲାଗି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ।ଏହି ଅନୁସାରେ ଶିଳ୍ପାନୁଷ୍ଠାନ ମାନେ ଆବଶ୍ୟକ ନଥି ଦାଖଲ ପାଇଁ ଯେଉଁ ୧ ବର୍ଷ ସମୟସୀମା ନିର୍ଦ୍ଧାରଣ କରାଯାଇଥିଲା ତାହାକୁ ସଂଶୋଧନ କରାଯାଇ ୨ ବର୍ଷ କରାଯାଇଛି। ପୁଣି କୋଭିଡ୍‍ ସମୟରେ ଯେଉଁମାନେ ୨ବର୍ଷରୁ ଅଧିକ ସମୟ ନେଇଛନ୍ତି ତାଙ୍କ ଆବେଦନକୁ ମଧ୍ୟ ବିଚାରକୁ ନିଆଯିବ। ଅର୍ଥାତ୍‍ ଯେଉଁମାନେ ପ୍ରୋତ୍ସାହନ ରାଶି ପାଇବା ଲଗା ଆବଶ୍ୟକ କାଗଜପତ୍ର ଏକ ବର୍ଷ ଭିତରେ ଦାଖଲ କରିନାହାନ୍ତି ସେମାନ ମଧ୍ୟ ଏବେ ନିଜ ଆବେଦନ କରିପାରିବେ। ସେତିକି ନୁହେଁ ଅନ୍ୟ ଶିଳ୍ପାନୁଷ୍ଠାନମାନେ ମଧ୍ୟ ଆବେଦନ କରିବେ କିନ୍ତୁ ଏଥିଲାଗି ସରକାର ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନେବେ। ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ନୀତି ଓ ଶିଳ୍ପ ନୀତିର ସାମ୍ୟ ପ୍ରତିଷ୍ଠା କରିବା ଲାଗି ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଦ୍ୱିତୀୟ ପ୍ରସ୍ତାବରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକକୁ ପାରିତ କରିଛି। ବିଶ୍ବ ବିଦ୍ୟାଳୟକୁ ସ୍ୱୟତତା ପ୍ରଦାନ, ଶିକ୍ଷକଙ୍କ ନିଯୁକ୍ତି କ୍ଷେତ୍ରରେ ହେଉ ବା କୁଳପତି ମାନଙ୍କ ଚୟନ ପ୍ରକ୍ରିୟାରେ ସଂଶୋଧନ ହେବ। ଏହାସହ ଜାତୀୟ ଶିକ୍ଷାନୀତି ଲାଗୁରେ ଏହି ସଂଶୋଧନ ଅଧିକ ସହାୟକ ହେବ।

Leave a comment