ନନ୍ଦନକାନନକୁ ଆସିଲେ ନୂଆ ଅତିଥି: ୫ଶାବକ ଜନ୍ମଦେଲା ସିଂହୀ ବିଜଲୀ

ଭୁବନେଶ୍ଵର: ନନ୍ଦନକାନନ ପାଇଁ ଖୁସି ଖବର। ମା ହେଲା ସିଂହୀ ‘ବିଜଲୀ’। ଚତୁର୍ଥ ଥର ପାଇଁ ଏକା ସାଙ୍ଗରେ ୫ଟି ଶାବକ ଜନ୍ମ ଦେଇଛି ସିଂହୀ ବିଜଲୀ ସିଂହ ସମ୍ରାଟ ସହ ମିଳନ ପରେ ଗର୍ଭବତୀ ହୋଇଥିଲା ବିଜଲୀ। ଉଭୟ ମା ଓ ଛୁଆଙ୍କ ଉପରେ ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।
ଅନ୍ୟପଟେ ୨୦୨୦ ମସିହାରେ ଇନ୍ଦୋରରୁ ଆସିଥିଲା ଏହି ବିଜଲୀ। ୨୦୨୨ ମାର୍ଚ୍ଚ ୧୭ରେ ଦ୍ୱିତୀୟ ଥର ଓ ନଭେମ୍ବର ୨୨ରେ ତୃତୀୟ ଥର ପାଇଁ ମା’ ହୋଇଥିଲା ବିଜଲୀ। ବିଜଲୀ ୫ଶାବକଙ୍କୁ ଜନ୍ମଦେବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ଘଟିଛି। ଉଭୟ ମା’ ଏବଂ ଶାବକଙ୍କୁ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟର ଫିଡିଙ୍ଗ ଚାମ୍ବରରେ ସିସିଟିଭି ନଜରରେ ରଖାଯାଇଛି। ଯେପରି କୌଣସି ଅସୁବିଧା ନ ଘଟେ ସେଥିପ୍ରତି ନଜର ରଖିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।