ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ ମୁଖ୍ୟମନ୍ତ୍ରୀ
ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ସମ୍ବଲପୁର ପିଏଚଡି ପଡିଆରେ ବିଶାଳ ଜନସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସଭା ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ଲୋଡିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ଭଲ କି ନାହିଁ ଲୋକଙ୍କୁ ପ୍ରଶ୍ନ ପଚାରିଥିଲେ। ମା ସମଲେଇ ପରିକ୍ରମା ପ୍ରକଳ୍ପ ଭଲ ହୋଇଛି କି ନାହିଁ ପଚାରିଛନ୍ତି।
ବିରୋଧୀ ଦଳର ନେତାମାନେ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ। ବିଜେଡି ସରକାର ମାଗଣା ବିଜୁଳି ଦେବେ ବୋଲି ନବୀନ କହିଛନ୍ତି।