ପାଇପ୍ ଲାଇନ୍ କାମବେଳେ ଧସିଲା ମାଟି, ୩ ଶ୍ରମିକ ମୃତ
ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଅଘଟଣ । ପାଇପ୍ ଲାଇନ୍ କାମ ବେଳେ ମାଟି ଧସିବାରୁ ପୋତିହୋଇ ୩ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିିଥିବା ଜଣାପଡ଼ିଛି। ଆଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳିରେ ଚାଷ ପାଇଁ ପାଇପ ଲାଇନ କାମ କରୁଥିବାବେଳେ ଫସି ଯାଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।
ମୃତ ଶ୍ରମିକମାନେ ରାଜ୍ୟ ବାହାରର ବୋଲି ଜଣାପଡିଛି। ସମସ୍ତଙ୍କୁ ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାରେ ଠିକା କମ୍ପାନୀର ଅବହେଳାକୁ ସ୍ଥାନୀୟଲୋକେ ଦାୟୀ କରିଥିବାବେଳେ ଏହାର ତଦନ୍ତ କରାଯିବାକୁ ଦାବି ହୋଇଛି। ମୃତକ ଶ୍ରମିକ ମଧ୍ୟରୁ ଚେନ୍ନାଇ ଅଞ୍ଚଳର ଜଣେ ହୋଇଥିବା ବେଳେ ବିହାରର ଦୁଇଜଣ ଆଖତର ମିଆଁ ଓ ଫିରୋଜ ଅନ୍ସାରୀ।