ଗାଁ ଦାଣ୍ଡରେ ମୁଣ୍ଡିଆ ମାରି ମାଗିଲେ ଭୋଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ଡିଜି ପ୍ରକାଶ ମିଶ୍ର ଅଭିନବ ଢଙ୍ଗରେ ମାଗିଛନ୍ତି ଭୋଟ । ନରସିଂହପୁର ଚକ୍ରଗଡ ଗାଁରେ ପ୍ରଚାର କରିବା ପୂର୍ବରୁ ଗାଁ ଦାଣ୍ଡରେ ମୁଣ୍ଡିଆମାରିବା ସହ ଗ୍ରାମବାସୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ସୂଚନା ଅନୁଯାୟୀ, କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଡିଜି ପ୍ରକାଶ ମିଶ୍ର ଓ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀର ଗାଁ ଗାଁ ବୁଲି ନିଜପାଇଁ ଭୋଟ ଭିକ୍ଷା କରିଛନ୍ତି । ଏହି ପ୍ରଚାର ସମୟରେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଓ ବିଜୟ କୁମାର ଦଳବେହେରା ନରସିଂହପୁର ଚକ୍ରଗଡ ଗାଁରେ ପ୍ରବେଶ ପୂର୍ବରୁ ଗାଁ ଦାଣ୍ଡରେ ମୁଣ୍ଡିଆ ମାରି ଗ୍ରାମବାସୀଙ୍କୁ ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

Leave a comment