ବୌଦ୍ଧ ଜିଲ୍ଲାକୁ ୯୭୦ କୋଟି ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କଣ୍ଟମାଳ ଓ ବୌଦ୍ଧଠାରେ ୨ଟି ସାଧାରଣ ସଭାରେ ଯୋଗଦେଇ ୯୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧.୪୦ ମିନିଟରେ କଣ୍ଟମାଳ ବିଧାନସଭାର ଘଣ୍ଟପଡାଠାରେ ପହଞ୍ଚି ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ କରିବା ପରେ ସାଧାରଣ ସଭାରେ ଯୋଗଦେଇଥିଲେ । ଏହାପରେ ବୌଦ୍ଧ ସହରର କଚେରୀ ପଡିଆଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବାଚସ୍ପତି ପ୍ରଦୀପ କୁମାର ଅମାତ, ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଜ୍ରୋସ୍ନା ଭୋଇ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୪୦ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ସଭାରେ ୩୦ହଜାରରୁ ଊର୍ଦ୍ଧ୍ୱ ଲୋକ ଯୋଗଦେଇଥିଲେ।