ଆଜି ପୁଣି ୮୦ କରୋନା ପଜିଟିଭ ଚିହ୍ନଟ, ୧୨ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟରେ ପୁଣି ୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଂଚିଛି। ଏମାନଙ୍କ ମଧ୍ୟରୁ ୪୩୬ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରୁ ସୂଚନା ମିଳିଛି।
ଆଜି ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ କରୋନା ବ୍ୟାପିଛି। ଗଜପତିରେ ୪ ଜଣ ଓ ନବରଙ୍ଗପୁରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାର ୧୯ ଜଣ ଚିହ୍ନଟ ହୋଇଥିବାବେଳେ ପୁରୀରୁ ୧୭, ଯାଜପୁରରୁ ୧୪ ଜଣ, ବାଲେଶ୍ୱରରୁ ୩ ଜଣ, ଓ କଟକରୁ ଜଣେ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ସୁନ୍ଦରଗଡ଼ରୁ ୫ ଜଣ, ନୟାଗଡ଼ରୁ ୫ ଜଣ, ବଲାଙ୍ଗୀରରୁ ୧ ଜଣ ଓ ମାଲକାନଗିରିରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି କନ୍ଧମାଳରୁ ୨ ଜଣ,ଝାରସୁଗୁଡାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ୮୦ ପଜିଟିଭଙ୍କ ମଧ୍ୟରୁ ୭୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ହୋମ କ୍ଵାରେଣ୍ଟାଇନରେ ଥିଲେ।