୭୮ ତମ ଶହୀଦ ଦିବସ ପାଳିତ, ଶହୀଦଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ୍ ଅନର୍ ପ୍ରଦାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶହୀଦ ସ୍ମୃତି ରକ୍ଷା କମିଟି ତରଫରୁ ୭୮ ତମ ଶହୀଦ ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶହୀଦନଗର ଲୁଣିଆ ସ୍ଥିତ ଶହୀଦ ସ୍ମୃତି ସ୍ତମ୍ବ ନିକଟରେ ଶହୀଦ ଦିବସ ପାଳିତ ହୋଇଛି । ଜିଲ୍ଲା ପୋଲିସ ତରଫରୁ ଶହୀଦ ସ୍ତମ୍ବ ନିକଟରେ ଶହୀଦଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।ଏଠାରେ ସଂଗ୍ରାମୀ ସର୍ଦ୍ଦାର ମୁରଲୀଧର ପଣ୍ଡାଙ୍କ ନେତୃତ୍ଵରେ ୯ ଜଣ ଶହୀଦ ହୋଇଥିଲେ । ତେବେ ସହିଦଙ୍କ ଉଦ୍ଦେଶ୍ୟରେ ଧାମନଗରର ବିଧାୟକ ତଥା ବିରୋଧିଦଳ ଉପନେତା ବିଷ୍ଣୁ ସେଠୀ ତିଳ ତର୍ପଣ କରିଥିଲେ । ପରେ ଶହୀଦଙ୍କ ପ୍ରତିମୂର୍ତ୍ତି ଓ ସହିଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ପରେ ଏକ ସଭା ରେ ଶହୀଦଙ୍କ ଉଦ୍ଦେଶ୍ୟରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଉନ୍ମୋଚିତ ପୁସ୍ତକର ନାମ ଶହୀଦ ସ୍ପନ୍ଦନ ରହିଛି । ପରେ କଂଗ୍ରେସ ନେତାମାନେ ମଧ୍ୟ ଶହୀଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Leave a comment