ଭୁବନେଶ୍ବର ଏୟାପୋର୍ଟରେ ଏକ ସୁଟକେଶ୍ ଭିତରୁ ଜବତ ହେଲା ୭୫ ଲକ୍ଷ ନଗଦ ଟଙ୍କା, ୨ ଅଟକ

0

ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ରାଜଧାନୀରୁ ଜବତ ହେଲା ପୁଳା ପୁଳା ୫୦୦ ଟଙ୍କିଆ ବିଡା। ଭୁବନେଶ୍ବର ଏୟାପୋର୍ଟରେ ଏକ ସୁଟକେଶ୍ ଭିତରୁ ଜବତ ହେଲା ୭୫ ଲକ୍ଷର ନଗଦ ଟଙ୍କା । ଏତେ ପରିମାଣର ଟଙ୍କା କେଉଁ ଉଦ୍ଦେଶ୍ୟ ଆଣାଯାଇଥିଲା ତାହାର ତଦନ୍ତ କରୁଛି ଆୟକର ବିଭାଗ ।

ସୂଚନା ମୁତାବକ, ମଙ୍ଗଳବାର ଦିନ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ପୁଳା ପୁଳା ଟଙ୍କା । ଦୁଇ ଜଣ ବ୍ୟକ୍ତିଙ୍କ ଲଗେଜରୁ ଏହି ଏହି ଟଙ୍କା ଜବତ ହୋଇଛି । ଜଣେ ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱରରୁ ଆସୁଥିଲେ । ସାଙ୍ଗରେ ଥିବା ସୁଟ୍କେଶ ଭର୍ତ୍ତି ହୋଇଥିଲା ଟଙ୍କା । ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ୍ ସ୍କାନିଂ ବେଳେ ବ୍ୟାଗ୍ରେ ଟଙ୍କା ଥିବା ଜଣାପଡିଥିଲା ।

ଯାହାକୁ ସିଜ୍ କରିଛି ଆୟକର ବିଭାଗ । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ଓ କ’ଣ ପାଇଁ ଆସିଥିଲା । ତାହାର ତଦନ୍ତ କରୁଛି ଆୟକର ବିଭାଗ । ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରୁଛି । ତେବେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି ।

Leave a comment