ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ନେତାଜୀ ଖେଳ ପଡିଆଠାରେ ୭୨ତମ ବନ ମହୋତ୍ସବ ପାଳିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନେତାଜୀ ଯୁବକ ସଂଘ ଓ ଗ୍ରୀନ ୱାର୍ଲ୍ଡ ଭୁବନେଶ୍ବରର ମିଳିତ ଉଦ୍ୟମରେ ଆଜି ନେତାଜୀ ଯୁବକ ସଂଘର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ସିଂହଙ୍କ ନେତୃତ୍ବରେ ବଡଗଡ ବ୍ରୀଟ୍ କଲୋନୀ ଚାରିଛକ ନିକଟରେ ଅବସ୍ଥିତ ନେତାଜୀ ଖେଳ ପଡିଆଠାରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ଟି ଔଷଧିୟ ବୃକ୍ଷ ରୋପଣ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମୁଖ୍ଯ ଅତିଥି ରୂପେ ଯୋଗଦେଇଥିଲେ। ଏହା ସହ ମାନ୍ୟବର ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଶୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ, ବଡଗଡ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବିଶ୍ବରଞ୍ଜନ ନାୟକ ମଧ୍ଯ ଯୋଗଦାନ କରିଥିଲେ।ଏହା ସହ ପୂର୍ବତନ କର୍ପୋରେଟର ଶୀଯୁକ୍ତ ପ୍ରତାପ ଜେନା, ଶୀଯୁକ୍ତ ଅଶୋକ ସିଂହ, ସୀମା ନାୟକ, ଭୁବନେଶ୍ବର ବିଜୁ ଯୁବ ଜନତାଦଳର ସଭାପତି ଶ୍ରୀଯୁକ୍ତ ସମରେଶ ବେହେରା, ନେତାଜୀ ଯୁବକ ସଂଘର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଉମାଶଙ୍କର ପଟ୍ଟନାୟକ ଓ ସଂପାଦକ ଶ୍ରୀଯୁକ୍ତ ନବକିଶୋର ସିଂହ, କୃଷ୍ଣଚନ୍ଦ୍ର ଜେନା, ଅଜିତ ବେହେରା, ବିଜୟ କୁମାର ଗୋଚ୍ଛାୟତ, ନେତାଜୀ ଯୁବକ ସଂଘର ସଂପାଦକ ବୃନ୍ଦାବନ ଦାସ ଓ କୋଷାଧ୍ୟକ୍ଷ ଦୀପକ କୁମାର ବେହେରା, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।