ସାନ୍ଧ୍ୟ ୫ଟା ସୁଦ୍ଧା ବିଜେପୁରରେ ୭୨ ପ୍ରତିଶତ ମତଦାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷହେଲା ବିଜେପୁର ଉପନିର୍ବାଚନ । ମୋଟ ୨୮୫ଟି ବୁଥରେ ମତଦାନ ଗ୍ରହଣ କରାଯାଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା । ସକାଳ ୯ଟା ସୁଦ୍ଧା ମତଦାନ ୧୧ ପ୍ରତିଶତ ଥିବାବେଳେ ଦିନ ଗୋଟାଏ ସୁଦ୍ଧା ୩୭ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ସନ୍ଧ୍ୟା ୫ଟା ସୁଦ୍ଧା ୭୨ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ମୋଟାମୋଟି ଭାବେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇଛି । ଇଭିଏମ ମେସିନରେ ବନ୍ଦ ହୋଇ ରହିଲା ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୨୪ତାରିଖରେ ହେବ ଭୋଟ ଗଣତି ।
ସୂଚନା ଅନୁଯାୟୀ, ବିଜେଡି ପ୍ରାର୍ଥୀ ଭାବେ ରୀତା ସାହୁ, ବିଜେପି ପ୍ରାର୍ଥୀ ଭାବେ ସତନ ଗଡ଼ତିଆ ଓ କଂଗ୍ରେସ ପ୍ରାର୍ଥୀ ଭାବେ ଦିଲ୍ଲୀପ ପଣ୍ଡା ବିଜେପୁରରୁ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ ଲାଗିପଡିଛନ୍ତି ବିଜେପି । ମାତ୍ର ଏହି ନିର୍ବାଚନୀ ଦୌଡ଼ରେ କଂଗ୍ରେସ ବହୁ ପଛରେ ରହିଥିଲା ।