ଏକସଙ୍ଗେ ୭ଟି ହାତୀଙ୍କ ମୃତ୍ୟୁ, ପଢନ୍ତୁ କିପରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ଘଟିଛି । ଏକ ଘରୋଇ କମ୍ପାନୀକୁ ବିଦ୍ୟୁତ୍‌ ଯୋଗାଇବା ପାଇଁ ବିଲ ମଝିରେ ଅଳ୍ପ ଉଚ୍ଚାରେ ଯାଇଥିବା ତାର ସଂସ୍ପର୍ଶରେ ଆସି ଏହି ହାତୀ ଜୀବନ ହାରିଛନ୍ତି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ରେଞ୍ଜର କମଳାଙ୍ଗ ଗାଁ ନିକଟରେ ଏକ ଘରୋଇ କମ୍ପାନୀକୁ ବିଦ୍ୟୁତ୍‌ ଯୋଗାଇବା ପାଇଁ ବିଲ ମଝିରେ ମାତ୍ର ୮ ଫୁଟ୍‌ ଉଚ୍ଚରେ ଟଣା ଯାଇଥିବା ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ଘଟିଛି । ନିୟମ ଅନୁଯାୟୀ ୧୭ ଫୁଟ୍ ଉଚ୍ଚରେ ତାର ଟାଣ ଯିବା ନିୟମ ରହିଥିବା ବେଳେ ଏଠାରେ ବିଲ ମଝିରେ ୮ ଫୁଟ ଉଚ୍ଚରେ ଟଣା ଯାଇଥିବା ତାର କୁ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଯାହାର ଫଳ ସ୍ୱରୂପ ୭ଟି ନିରୀହ ହାତୀଙ୍କ ଜୀବନ ଚାଲିଯାଇଛି । ହାତୀ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କ ମାନମୁଖୀ କାର୍ଯ୍ୟ ପାଇଁ ଏହି ଘଟଣା ଘଟିଗଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।

ଖବର ପାଇ ବନ ବିଭାଗ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅପରପକ୍ଷରେ, ଏକସଙ୍ଗେ ୭ଟି ହାତୀର ମୃତ୍ୟୁ ସମସ୍ତଙ୍କ ମନରେ ଦୁଃଖ ଭରିଦେଇଥିବା ବେଳେ ବିଦ୍ୟୁତ୍‌ ବିଭାଗ ଓ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି । କେଉଁ ପରିସ୍ଥିତିରେ ହାତୀଙ୍କ ଗମନାଗମନ ରାସ୍ତାରେ ଏତେ କମ ଉଚ୍ଚରେ ତାର ଟଣାଗଲା ? ଏହାର ତଦନ୍ତ ଦାବି କରିବା ସହ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

Leave a comment