କେରଳର ୭ଟି ଜିଲ୍ଲାରେ ଆସନ୍ତା କାଲିଠାରୁ କୋହଳ ହେବ କଟକଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ବିଭିନ୍ନ ସ୍ଥାନରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁ ସ୍ଥାନରେ କରୋନାର ନୂଆ କେସ ସାମ୍ନାକୁ ଆସିବ ସେଠାରେ କଟକଣାକୁ ଅପ୍ରେଲ ୨୦ଠାରୁ କୋହଳ କରାଯିବ । କେରଳର ଦେଶର ପ୍ରଥମ ରାଜ୍ୟ ଭାବେ ଆସନ୍ତା କାଲିଠାରୁ ୭ଟି ଜିଲ୍ଲାରେ କଟକଣା କୋହଳ କରିବାକୁ ଯାଉଛି । ଏହି ୭ଟି ଜିଲ୍ଲା ମଧ୍ୟରୁ କୋଟ୍ଟାୟାମ ଓ ଇଦୁକି ଜିଲ୍ଲାରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ରୂପେ ସ୍ବଭାବିକ ହେବା ସହ ଅନ୍ୟ ୫ଟି ଜିଲ୍ଲାରେ କଟକଣାକୁ ଆଂଶିକ ଭାବେ କୋହଳ କରାଯିବ । ସେହିପରି କିଛି ରେଷ୍ଟୁରାଣ୍ଟ ଖୋଲା ରଖିବ । କୋଟ୍ଟାୟାମ ଓ ଇଦୁକିରେ ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ରେଷ୍ଟୁରାଣ୍ଟ ଖୋଲା ରହିବ । ଯୁଗ୍ମ ଅଯୁଗ୍ମ ଫର୍ମୂଲାରେ ଘରୋଇ ଗାଡି ବି ଚଳାଚଳ କରିବ ।
ସୂଚନା ଅନୁଯାୟୀ, କେରଳ ନିଜ ରାଜ୍ୟର ସଂକ୍ରମଣ ସ୍ଥିତିକୁ ନେଇ ୧୪ଟି ଜିଲ୍ଲାକୁ ୪ଟି ଜୋନରେ ଭାଗ କରିଛି । ସେଗୁଡ଼ିକ ହେଲା ରେଡ ଜୋନ, ଅରେଞ୍ଜ-ଏ, ଅରେଞ୍ଜ-ବି ଏବଂ ଗ୍ରୀନ ଜୋନ । ସେ କ୍ରମାନୁସାରେ ତାଲାବନ୍ଦ ହଟାଇବା ପାଇଁ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମାନିବା ସହ ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ଅପରପକ୍ଷରେ ଚଷମା ଦୋକାନ, ସେଲୁନ, ମୋବାଇଲ ଫୋନ ଦୋକାନ, କମ୍ପୁଟର ଆଣ୍ଡ ଆସେସରିଜ, ଅଟୋ ୱାର୍କସପ, ବହି ଦୋକାନ ସପ୍ତାହକୁ ୨ ଥର ଖୋଲିବାକୁ ଅନୁମତି ମିଳିଛି ।