ଦୁର୍ନୀତି ଗ୍ରସ୍ତଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ, ୬ ଜଣଙ୍କୁ କଲେ ବରଖାସ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳି ସରକାରଙ୍କ ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ । ପୁଣି ୬ଜଣ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ କଲେ ବରଖାସ୍ତ । ଏହାସହ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ପେନସନ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ ।
ସୂଚନା ଅନୁଯାୟୀ, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪୪ ଜଣ ଅଧିକାରୀଙ୍କୁ ଗତ ଦୁଇ ମାସ ମଧ୍ୟରେ ଚାକିରୀରୁ ବରଖାସ୍ତ କରାଯାଇଛି ।
ଅପରପକ୍ଷରେ ୧୧ ଜଣଙ୍କ ପେନସନ ସ୍ଥାୟୀ ଭାବରେ ବନ୍ଦ କରାଯାଇଥିବା ବେଳେ ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ସ୍ଥାୟୀ ଭାବରେ ପେନସନ ବନ୍ଦ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ୩ ଜଣ ଓଏଏସ ଅଧିକାରୀ ଅଛନ୍ତି ।