ବଳଦେବଜୀଉଙ୍କ ଦର୍ଶନ କରିବା ସହ ମନ୍ଦିରର ପୂଜକ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ 5T ଅଧ୍ୟକ୍ଷ

0

ବଳଦେବଜୀଉ ମନ୍ଦିରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଠାକୁରଙ୍କୁ ଦର୍ଶନ କରିବା ସହ ମନ୍ଦିରର ପୂଜକ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ମନ୍ଦିରର ଉନ୍ନତିକରଣ କାମ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି।

ସୂଚନା ଅନୁଯାୟୀ, ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଅଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ ରାଜନଗର ବ୍ଲକ କେରେଡାଗଡ଼ରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି ବୋଲି ଜନତାଙ୍କୁ କହିବା ସହ ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ବଖାଣିଛନ୍ତି।

ସାତଭାୟା ପାଇଁ ୨୨.୫୦ କୋଟି ମଞ୍ଜୁର ହୋଇଥିବା ବେଳେ ବାୟାବାବା ମଠ ପାଇଁ ୪.୯୫ କୋଟି। ଜଗନ୍ନାଥ ମନ୍ଦିର ପାଇଁ ୩.୩ କୋଟି ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତାରୁ ୧୧.୭୫ କୋଟି ମଞ୍ଜୁର। ୬ ମାସରେ ରାଜନଗର ୧୩୫ କୋଟି ପାଇଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

Leave a comment