ଡକାୟତି ଯୋଜନା ପଣ୍ଡ: ୫ ଗିରଫ
କଟକ,(ଓଡ଼ିଶାଫାଷ୍ଟ ବ୍ୟୁରୋ): ଚାଉଳିଆଗଞ୍ଜ ବିଦ୍ୟାଧରପୁରରେ ଡକାୟତି ଯୋଜନା କରୁଥିବା ୫ ଡକାୟତଙ୍କୁ ପୁଲିସ ଗିରଫ କରିଛି । ପୁଲିସ ସେମାନଙ୍କଠାରୁ ରିଭଲଭର, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଛୁରି, ଗୋଟିଏ ଲୁହା ରଡ, ୪ଟି ମୋଟର ସାଇକେଲ ଓ ୮ଟି ୧୨ ଭୋଲଟ ବ୍ୟାଟେରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ବିଦ୍ୟାଧରପୁର ଦେଳମଣ୍ଡପ ସାହିର ବିଶ୍ୱଜିତ ମହାରଣା ଓରଫ ମିଲନ (୨୩), ପୋତାପୋଖରୀର ସୁଧିର ଦାସ ଓରଫ ଗେଡ (୨୧), ଗୋପବନ୍ଧୁ ନଗରର ବିନୋଦ କୁମାର ସ୍ୱାଇଁ ଓରଫ ବାବୁ (୨୧), ବିଦ୍ୟାଧରପୁର ଛକାସାହିର ଦେବାଶିଷ ମହାରଣା ଓରଫ ଜଗା (୨୧) ଓ ଷଷ୍ଠ ବାଟାଲିୟନ କ୍ୟାମ୍ପସ ଓଏମପି ବସ୍ତିର ଅଜୟ ଦେହୁରି ଓରଫ ନଣ୍ଡା(୨୫) ବୋଲି ଜଣାପଡିଛି । ଗତକାଲି ରାତିରେ ବିଦ୍ୟାଧରପୁର ତେଲି ସାହି ପଡିଆ ନିକଟରେ କେତେକ ଯୁବକ ମାରାଣାସ୍ତ୍ର ସହ ଏକତ୍ରିତ ହୋଇ ଜାତୀୟ ରାଜପଥ ୫୫ରେ ଡକାୟତି କରିବାକୁ ଯୋଜନା କରୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।