ନିର୍ବାଚନ ପୂର୍ବରୁ ପିପିଲି ତରାକାଜ ଛକରୁ ୫୦ଲକ୍ଷ ଟଙ୍କା ଜବତ, ଦୁଇ ଯୁବକ ଅଟକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି। ଦୁଇ ଯୁବକ ବାଇକରେ ଯାଉଥିବାବେଳେ ପୋଲିସ ସେମାନଙ୍କ ଠାରୁ ଏହି ଟଙ୍କା ଜବତ କରିଛି।
ସୂଚନାଯୋଗ୍ୟ ଯେ, ପିପିଲି ଉପ-ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ହୋଇଉଠିଛି । ଆସନ୍ତା ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ଲାଗି ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇସାରିଛି । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି । ୩ ପ୍ରମୁଖ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଶତ ପ୍ରତିଶତ ଚେଷ୍ଟା ଜାରି ରଖିଛନ୍ତି । ଏହି ସମୟରେ ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ ହେବା ଘଟଣା ରାଜନୀତି କୁ ଆହୁରି ଉଷ୍ଣତା ଦେଇଛି। ବାଇକ୍ ରେ ଦୁଇ ଜଣ ଯୁବକ ଯାଉଥିବା ବେଳେ ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇଥିଲା ପୋଲିସ । ତେବେ ସେମାନଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ କରିଛି । ଏହାସହ ଦୁଇ ଯୁବକଙ୍କୁ ଅଟକ ରଖିଛି ପୋଲିସ । ସେମାନେ ଏତେ ଟଙ୍କା କେଉଁଠୁ ଆଣିଲେ କାହାକୁ ଦେବା ପାଇଁ ନେଉଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।