ଓଡ଼ିଶା ପାଇଁ ଖୁସି ଖବର, ୫ଟି ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରି

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ପାଇଁ ଖୁସି ଖବର, ୫ଟି ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ପ୍ରକଳ୍ପ ଚଳାଇବେ ।

ସୂଚନା ଅନୁଯାୟୀ, ରେଳ ଚଳାଚଳ ସମ୍ପର୍କିତ ଅନୁଧ୍ୟାନ ଓ ଆର୍ଥିକ ମଞ୍ଜୁର ସରିବା ପରେ ହିଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ । ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ରେଲ ଇନଫ୍ରାଷ୍ଟ୍ରକଚର ଡେଭେଲପମେଣ୍ଟ ଲିମିଟେଡ ଏବଂ ରେଳ ମନ୍ତ୍ରାଳୟ ମିଳିତ ଭାବେ ଏହି ପ୍ରକଳ୍ପ କରିବେ ।

ଏହି ପ୍ରକଳ୍ପ ଗୁଡ଼ିକ ହେଲା:

* ୨୭୦ କିଲୋମିଟର ଲମ୍ବର ଗୋପାଳପୁର-ରେଢ଼ାଖୋଲ,

* ୬୯.୫୪ କିଲୋମିଟର ଲମ୍ବର ନରାଜ

* ୧୭.୫ କିଲୋମିଟର ଲମ୍ବର ମାର୍ଥାପୁର-କାଇପଦର ଭାୟା ଭୁବନେଶ୍ୱର ନୂଆ ଲାଇନ୍

* ୧୪୨ କିଲୋମିଟର ଲମ୍ବର ବାଂଶପାଣି-ବଡ଼ବିଲ ନୂଆ ଲାଇନ୍, ବରଗଡ଼-ନୂଆପଡ଼ା ନୂଆ ଲାଇନ୍‌

* ୫୫ କିମି ଲମ୍ବର ବୁଡ଼ାମରା-ଚକୁଳିଆ ନୂଆ ଲାଇନ୍।

ଏହିସବୁ ପ୍ରକଳ୍ପ ମଧ୍ୟରୁ ଗୋପାଳପୁର – ରେଢ଼ାଖୋଲ ନୂଆ ଲାଇନର ଡିପିଆର ପ୍ରସ୍ତୁତ ହୋଇସାରିଛି। ଏହି ଲାଇନଟି ସମ୍ବଲପୁରର ଶିଳ୍ପାଞ୍ଚଳକୁ ଗୋପାଳପୁର ବନ୍ଦର ସହ ଯୋଡ଼ିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି।

Leave a comment