ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦେ ଶରେ କରୋନା ଭାଇରସ ବହୁତ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଯେଉଁମାନେ ଦେଶବାସୀଙ୍କ ସୁରକ୍ଷା ପାଇଁ କରୋନା ମୁକବିଲାରେ ଲଢ଼େଇ କରୁଛନ୍ତି ସେମାନଙ୍କୁ ମଧ୍ୟ ଛାଡୁନି କରୋନା। ସେ ପୋଲିସ ହୁଅନ୍ତୁ କିମ୍ବା ଡାକ୍ତର, ଏମାନେ କରୋନା ସଂକ୍ରମିତ ହୋଇଥିବା ଶୁଣିଥିବେ କିନ୍ତୁ ଏବେ ଏବେ ଖବର ସାମ୍ନାକୁ ଆସିଛି ଯେ ଏୟାର ଇଣ୍ଡିଆର ୫ ଜଣ ପାଇଲଟଙ୍କୁ ମଧ୍ୟ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ଏମାନେ ସମସ୍ତେ ମୁମ୍ବାଇରେ ରୁହନ୍ତି ଏବଂ ଏହି ସମୟରେ ସେ କାରଗୋ ଅଫିସରେ କାମ କରୁଥିଲେ। କୁହାଯାଉଛି ଯେ ନିକଟରେ ଏମାନେ ଚୀନରୁ ଫେରିଥିଲେ।

ସୂଚନା ଅନୁଯାୟୀ ଏହି ୫ ଜଣ ପାଇଲଟ ଚୀନର ଗୁଆଙ୍ଗଝୋଉ ପାଇଁ କାରଗୋ ଅପରେସନ ( ମାଲବାହକ ଉଡାଣ)ରେ କାମ କରୁଥିଲେ। ଏହି ପାଇଲଟଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ଟେଷ୍ଟିଂ ଆରମ୍ଭ କରିଦିଅଗଲାଣି। ଏହି ପାଇଲଟଙ୍କୁ ମେଡିକାଲ ଅଵଜରଭେସନରେ ରଖାଯାଇଛି। ପାଞ୍ଚ ଜଣ ପାଇଲଟ କରୋନା ସଂକ୍ରମିତ ବାହାରିବା ପରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଛି। କୁହାଯାଉଛି ଯେ ଏମାନେ ୧୮ ଏପ୍ରିଲରେ ଚୀନ ଗୁଆଙ୍ଗଝୋଉ ଠାରୁ ଭାରତ ପାଇଁ ଉଡାଣ ଭରିଥିଲା। ଭାରତରେ ପହଂଚିବା ପରେ ଏମାନଙ୍କ ଠାରେ କୌଣସି ଲକ୍ଷଣ ନଥିଲା କିନ୍ତୁ ପରେ ଯେତେବେଳେ ଟେଷ୍ଟ କରାଗଲା ସେତେବେଳେ ଏମାନଙ୍କ ଠାରେ କରୋନା ଲକ୍ଷଣ ଥିବା ଜଣାପଡିଲା।

ଡ୍ୟୁଟି ପୂର୍ବରୁ କରାଯାଏ ପାଇଲଟଙ୍କ ଯାଞ୍ଚ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ପାଞ୍ଚ ଜଣ ପାଇଲଟଙ୍କୁ ଏୟାର ଇଣ୍ଡିଆର ପ୍ରୋଟୋକଲ ଦ୍ୱାରା ପରୀକ୍ଷଣ କରାଯାଇଥିଲା। ଡ୍ୟୁଟିରୁ ଫେରିବାର ୭୨ ଘଣ୍ଟା ପୂର୍ବରୁ ଯାଞ୍ଚ କରାଯାଇଥିଲା। ଯେଉଁଠାରେ ଏମାନେ କରୋନା ପଜିଟିଭ ଥିବା ଜଣାପଡିଲା।

Leave a comment