ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ହେବା ନେଇ ସହମତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଯେତେ ନିକଟତର ହେଉଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଉଛି । ଏହି ପଞ୍ଚାୟତ ନିର୍ବାଚନକୁ ୫ରୁ ୭ ପର୍ଯ୍ୟାୟ ମଧ୍ୟରେ କରିବା ପାଇଁ ପ୍ରାଥମିକ ଭାବେ ଚିନ୍ତା କରାଯାଇଥିଲା। ବିଶେଷ କରି ଗ୍ରାମାଞ୍ଚଳରେ ଏହାକୁ ସର୍ବନିମ୍ନ ୫ଟି ପର୍ଯ୍ୟାୟରେ କରିବା ନେଇ ଚୂଡାନ୍ତ ସହମତି ଆସଛି। ଏନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

ବ୍ଲକ ଗୁଡ଼ିକୁ ୟୁନିଟ୍‍ ଭାବେ ଗଣନା କରି ନିର୍ବାଚନ କରାଯିବ। ବିଜ୍ଞପ୍ତିତ ବ୍ଲକ ଅଧିନରେ ଆସୁଥିବା ଜିଲ୍ଲା ପରିଷଦ ଜୋନ୍‍, ପଞ୍ଚାୟତ ଗୁଡିକରେ ନିର୍ବାଚନ କରାଯିବ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ବ୍ଲକରେ ଭୋଟ ଗ୍ରହଣ କରାଯିବ ବୋଲି ସୂତ୍ରରୁ ପ୍ରକାଶ। ଗୋଟିଏ ଦିନ ବ୍ୟବଧାନ ଅନ୍ତରରେ ବିଭିନ୍ନ ସ୍ଥାନରେ ପଞ୍ଚାୟତ ଭୋଟ କରାଯିବ। ଚଳିତ ମାସ ୧୩ ତାରିଖ ସୁଦ୍ଧା କମିସନଙ୍କ ନିକଟରେ ଜିଲ୍ଲାପାଳମାନେ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ପରିଷଦ ଜୋନ୍‍ୱାରୀ ଭୋଟର ତାଲିକା ଦାଖଲ କରିବେ ବୋଲି ଜଣାପଡ଼ିଛି।

Leave a comment