ଆଇଜି ପାହ୍ୟାକୁ ପଦୋନ୍ନତି ପାଇଲେ ୫ ଆଇପିଏସ୍
ଆଇଜି ପାହ୍ୟାକୁ ପଦୋନ୍ନତି ପାଇଲେ ୫ ଆଇପିଏସ୍ । ୨୦୦୬ ବ୍ୟାଚ୍ର ୫ ଆଇପିଏସ୍ଙ୍କ ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଛି । ଡିଆଇଜି ଅନୁପ ସାହୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଆଇପିଏସ୍ ଅମ୍ରିତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରୀଷ୍ଣା ଓ ସୁଧା ସିଂହଙ୍କର ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଛି ।
ସେହିଭଳି ୨୦୧୦ ବ୍ୟାଚ୍ର ୬ ଆଇପିଏସ୍ଙ୍କ ଡିଆଇଜି ଭାବେ ପଦୋନ୍ନତି ହୋଇଛି । ଆଇପିଏସ୍ ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା, କେ. ଶିବା ସୁବ୍ରମଣିଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି । ଆଶିଷ, ପାରୁଲ ଓ ସୁବ୍ରମଣି ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।
କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୯ ବ୍ୟାଚ୍ ଆଇପିଏସ୍ ଘନଶ୍ୟାମ ଉପାଧ୍ୟାୟଙ୍କ ଏଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି।