ପରିବାରର ୫ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ
ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଛତିଶଗଡର ରାୟପୁର ଜିଲାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଥିବା ପୁଲିସ ସୂତ୍ରରୁ ଜଣାପଡିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା, ଜଣେ ପୁରୁଷ ଓ ଦୁଇଜଣ ନାବାଳକ ରହିଛନ୍ତି। ଏହା ଆତ୍ମହତ୍ୟା ନା କେହି ସେମାନଙ୍କୁ ହତ୍ୟା କରିଛି, ତାହା ପ୍ରାଥମିକ ତଦନ୍ତରୁ ଜଣାପଡିନାହିଁ ବୋଲି ପୁଲିସ କହିଛି।
ତେବେ କମଲେଶ ନାମକ ବ୍ୟକ୍ତି ପ୍ରଥମେ ଅନ୍ୟ ଚାରିଜଣଙ୍କୁ ହତ୍ୟା କରିବା ପରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ପୁଲିସ ଆଶଙ୍କା କରୁଛି। ମୃତଦେହଗୁଡିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଇଛି।