୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ପ୍ରଥମ ୨ଟି ପର୍ଯ୍ୟାୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ଷ୍ଟାର ପ୍ରଚାରକ ଟ୍ୟାଗ୍ ଦେଇଛି । ସେହିପରି ରାଜ୍ୟସଭା ସଦସ୍ୟ ଅନୁଭବ ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଆକାଶ ଦାଶ ନାୟକ, ଅରିନ୍ଦମ ରାୟ, ପ୍ରଣବ ପ୍ରକାଶ ଦାଶ, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ନବକିଶୋର ଦାସ, ପ୍ରତାପ ଜେନା, ତେଜେଶ୍ବର ପରିଡା, ଦିଲ୍ଲୀପ ତିର୍କୀ, ପ୍ରଶାନ୍ତ ନନ୍ଦ, ପ୍ରସନ୍ନ ପାଟ୍ଟଶାଣୀ, ଚନ୍ଦ୍ରସାରଥୀ ବେହେରା, ସ୍ବେତାସ୍ନିଗ୍ଧା ମିଶ୍ର ପ୍ରମୁଖଙ୍କୁ ଷ୍ଟାର ପ୍ରଚାରକଙ୍କ ତାଲିକାରେ ସାମିଲ କରାଯାଇଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏମାନଙ୍କୁ ଷ୍ଟାର ପ୍ରଚାରକ ଟ୍ୟାଗ ଦିଆଯାଇଥିବା ବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ଦଳ ପକ୍ଷରୁ ଘୋଷଣା କରାଯିବ ।

Leave a comment