କାର୍‌ ଚକା ଲିକ୍‌ କରି ୪ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

0

ଓଡିଶା ଫାଷ୍ଟ(ବ୍ୟୁରୋ): କାର୍‌ ଚକା ଲିକ୍‌ କରି ଝିଅ ବାହାଘର ପାଇଁ ଉଠାଇଥିବା ୪ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ତାଳଚେର ହାଟତୋଟା ରୋଡର ସିଟି ଲାଇଫ ମଲ୍‌ ନିକଟରୁ ଏହି ଲୁଟ୍‌ ହୋଇଛି । ଲୁଟେରାମାନେ ଅତି ଚତୁରତାର ସହ କାର୍‌ ଚକା ଲିକ୍‌ କରି ଟଙ୍କା ଲୁଟି ନେଇଛନ୍ତି । ଏ ନେଇ ତାଳଚେର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।

ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଲେ ତାଳଚେର ଏକଡାଳ ଗ୍ରାମର ମିଲୁ ଚରଣ ନାୟକ । ଝିଅ ବିବାହ ନିମନ୍ତେ ମିଲୁ ତାଳଚେର ହାଟତୋଟା ଷ୍ଟେଟବ୍ୟାଙ୍କ ଶାଖାରୁ ଟଙ୍କା ଉଠାଣ ପାଇଁ କାର୍‌ (ନଂ. ଓଡି୧୯ଇ-୦୦୪୧)ରେ ଆସିଥିଲେ । ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ କାର ନିକଟକୁ ଯାଇଥିଲେ । ହେଲେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଚକା ଲିକ୍‌ କରଦେଇଥିବା ସେ ଜାଣିପାରି ନ ଥିଲେ । ଚକା ପଙ୍କଚର ଜାଣିବା ପରେ ସେ ହାଟତୋଟା ମୁଖ୍ୟ ରାସ୍ତାରେ ଥିବା ଏକ ଟାୟାର ଦୋକାନକୁ ଯାଇଥିବା ବେଳେ ହଠାତ ୨ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ହାତରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ପଳାଇଥିଲେ । ଏ ସମ୍ପର୍କରେ ମିଲୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୁଖ୍ୟରାସ୍ତାର ବିଭିନ୍ନ ଦୋକାନରେ ଲାଗିଥିବା ସିସିଟିଭି ତନଖି କରି ତଦନ୍ତ ଚଳାଇଛି ।

Leave a comment